ଦେଶ ବିଦେଶ

ଆମେରିକା ବିଜୟୀ ହେବା ପରେ ତେଲ ଦର ଦ୍ରୁତ ଭାବେ ହ୍ରାସ ପାଇବ

ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତେଲ ଦରକୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଯଦି ଏହା ପୂରଣ ହୁଏ ତେବେ ନିକଟ ଭବିଷ୍ୟତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇପାରେ। ଆଗାମୀ ଦିନରେ କ୍ରୁଡ୍ ଅଏଲ୍ ଦର ହ୍ରାସ କରିବାକୁ ସେ ଆଶ୍ୱାସନା ଦେଇଛନ୍ତି । ଯଦି ତେଲ ଦର ଟ୍ରମ୍ପଙ୍କ ଯୋଜନା ଅନୁଯାୟୀ କମେ, ତେବେ ଏହାର ପ୍ରଭାବ ପେଟ୍ରୋଲ ଓ ଡିଜେଲ ଦର ଉପରେ ମଧ୍ୟ ପଡ଼ିପାରେ । ଅକ୍ସିଜେନେଟ ବ୍ଲେଣ୍ଡିଂ (RBOB) ପେଟ୍ରୋଲର ପାଇକାରୀ ମୂଲ୍ୟ ପ୍ରତି ଗ୍ୟାଲନ ୩.୨୨ ଡଲାର ଥିଲା।

पुन्हा वाढणार पेट्रोल-डिझेलच्या किमती? ट्रम्प यांनी केली भारतासह जगाची  चिंता वाढवणारी घोषणा | Will petrol and diesel prices increase again? Donald Trump  made an announcement ...

ହିଟିଂ ଅଏଲ୍‌ରର ପାଇକାରୀ ମୂଲ୍ୟ ପ୍ରତି ଗ୍ୟାଲନ ୪.୬୭ ଥିଲା। ଟ୍ରମ୍ପ ଘୋଷଣା କରିଛନ୍ତି ଯେ, ଇରାନ ସହିତ ଯୁଦ୍ଧ ଜିତିବା ପରେ, ତୈଳ ମୂଲ୍ୟ ହ୍ରାସ ପାଇବ। ଯେପରି ଅନ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଉଛି। ମୂଲ୍ୟ ପ୍ରତି ଗ୍ୟାଲନ ୩ ଡଲାରକୁ ହ୍ରାସ ପାଇବ ଏବଂ ଶେଷରେ ପ୍ରତି ଗ୍ୟାଲନ ୨ ଡଲାର ତଳକୁ ଖସିଯିବ। ବାସ୍ତବରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦର କେବଳ କ୍ରୁଡ୍ ଅଏଲ୍ର ମୂଲ୍ୟ ଉପରେ ନିର୍ଭର କରେ ନାହିଁ । ଏଥିରେ ରିଫାଇନିଂ ଖର୍ଚ୍ଚ, ଟ୍ୟାକ୍ସ, ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ସାମିଲ ରହିଥାଏ । ତେଣୁ କ୍ରୁଡ୍ ଅଏଲ୍ ଦରରେ ବଡ଼ ହ୍ରାସ ହେଲେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ସେହି ଅନୁପାତରେ କମିବା ନିଶ୍ଚିତ ନୁହେଁ ।

Related posts

ଆମେରିକା ନା ଇରାନ… C-130 ବିମାନକୁ କିଏ ନଷ୍ଟ କଲା, କାହାର ଦାବିରେ କେତେ ସତ୍ୟତା?

mahabharatanews

ତାମିଲନାଡ଼ୁରେ ବିଜୟ ସରକାର ଗଠନ ନେଇ ପଥ ପରିଷ୍କାର

mahabharatanews

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ସୂଚନା ଦେଲେ

mahabharatanews