ଓଡିଶା

‘ସମର୍ପଣ’ ଏବଂ ଏଆର ଫୋର୍ସ ଆସୋସିଏସନ ଆନୁକୂଲ୍ୟରେ ରକ୍ତଦାନ ଶିବିର  

ସାମାଜିକ ସଂଗଠନ ‘ସମର୍ପଣ’ ଏବଂ ଏଆର ଫୋର୍ସ ଆସୋସିଏସନ, ଓଡ଼ିଶା ପୁରୀ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଘୋଡାବଜଜାର ଠାରେ ଅନୁଷ୍ଠିତ ହୋଇଯାଇଛି | ‘ସମର୍ପଣ’ ର ସଭାପତି ଡକ୍ଟର ଅଭିମନ୍ୟୁ ଭୂୟାଁ ଓ ସମ୍ପାଦିକା ଜୟନ୍ତୀ ମହାପାତ୍ର ଏବଂ ଏଆର ଫୋର୍ସ ଜିଲ୍ଲା ଶାଖାର ସଭାପତି ଅବନୀ ବଲ୍ଲଭ ଦତ୍ତ ଓ ସମ୍ପାଦକ ଗୁରୁ ନାରାୟଣ ଭଞ୍ଜ ପ୍ରମୁଖ ମିଳିତ ଭାବେ ଶିବିରକୁ ଉଦଘାଟନ କରିଥିଲେ | ଶିବିରରେ ତିରିଶ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା | ରକ୍ତଦାତା ମାନଙ୍କୁ ଉଭୟ ଅନୁଷ୍ଠାନ ପକ୍ଷରୁ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା |

କାର୍ଯ୍ୟକ୍ରମ ରେ ଜିଲ୍ଲା ରେଡକ୍ରସ ଶାଖା ର କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି ଓ ମଧୁମିତା ମହାପାତ୍ର ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବାବେଳେ ଉଭୟ ଅନୁଷ୍ଠାନରୁ ଶ୍ରୀଧର ଜେନା, ବିଶ୍ୱନାଥ ମିଶ୍ର, ବିରଞ୍ଚି ନାରାୟଣ ତ୍ରିପାଠୀ, ବି.ଏନ.ପାଲ, ରମାକାନ୍ତ ଇନ୍ଦ୍ରଜିତ, ନୀହାର କୁମାର ରଥ, ଶିବରାମ ସେନାପତି, ଚାରୁଲତା ଦାସ, ହୃଷିକେଶ ପ୍ରଧାନ, ସୌମ୍ୟ ରଞ୍ଜନ ପାତ୍ର, ଶାନ୍ତିଲତା ପ୍ରଧାନ, ଗୋବିନ୍ଦ ପାତ୍ର, ଅଜୟ କୁମାର ପ୍ରଧାନ, କେଦାର ନାଥ ମହାପାତ୍ର ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ |

Related posts

ଭିଜିଲାନ୍ସ ଜାଲରେ କୃଷି ଓଭରସିୟର

mahabharatanews

ସତ୍ୟବାଦୀ ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷା

mahabharatanews

ଆନନ୍ଦପୁରରେ ରାଜ୍ୟ ସାମ୍ବାଦିକ ସଂଘ ଆହ୍ବାନରେ ଜିଲ୍ଲା ଜାକ୍ ସଂଘ ଗଠିତ

mahabharatanews