ଦେଶ ବିଦେଶ

ରଙ୍ଗ ସାଇଡ୍‌ରେ ମଣିଷ ମରା କାର୍: ନେଇଗଲା ଆଇନଜୀବୀଙ୍କ ଜୀବନ

ପୁଣି ଜୀବନ ନେଇଛି  ମଣିଷ ମରା  କିଲର ଥାର। ରଙ୍ଗ ସାଇଡ୍‌ରେ ଦ୍ରୁତଗତିରେ ଆସି   ଦମ୍ପତିଙ୍କୁ ଧକ୍କା ଦେଇଛି ।  ପରେ  ଗୋଟିଏ ଖୁଣ୍ଟିରେ ପିଟି ହୋଇଛି । ଏଥିରେ ଆଇନଜୀବୀ ପ୍ରାଣ ହରାଇଛନ୍ତି। ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରତର ରହିଛି ।  ସେ କୋମାରେ ଜୀବନ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ। ଗ୍ରେଟର ନୋଏଡାରେ ଏପରି ଦୁର୍ଘଟଣା ଘଟିଛି। ହେଲେ ଏଯାଏ ଦୁର୍ଘଟଣା ଘଟାଇଥିବା ଥାର ଚାଳକଙ୍କୁ ଧରିବାକୁ ସକ୍ଷମ ହୋଇନି ପୁଲିସ୍‌।  ୪୦ ବର୍ଷୀୟ ଆଇନଜୀବୀ ନୀରଜ ଓ ପତ୍ନୀ ସ୍କୁଟିରେ ପଶ୍ଚିମ ଗ୍ରେଟର ନୋଏଡାର ଇଟେରା ଅଞ୍ଚଳ ଅତିକ୍ରମ କରୁଥିଲେ। ଏହି ସମୟରେ ଗୋଟିଏ କଳା ରଙ୍ଗର ଦ୍ରୁତଗାମୀ ଥାର ରଙ୍ଗ ସାଇଡ୍‌ରେ ଆସି ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଇଥିଲା।

ଏହାପରେ ରାସ୍ତା କଡ଼ରେ ଥିବା ଖୁଣ୍ଟିରେ ପିଟି ହୋଇ ଯାଇଥିଲା। ଥାର ଧକ୍କାରେ ସ୍କୁଟିରେ ଥିବା ନୀରଜ ଓ ତାଙ୍କ ପତ୍ନୀ ରାସ୍ତାରେ ଛିଟିକି ହୋଇ ପଡ଼ିଥିଲେ। ରାସ୍ତରେ ବୋହିଥିଲା ରକ୍ତର ନଈ । ଏହାକୁ ଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ। ଲୋକଙ୍କୁ ଦେଖି ଥାର ଚାଳକ ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ। ଲୋକମାନେ ଆମ୍ବୁଲାନ୍ସ ଡାକି ରକ୍ତାକ୍ତ ଦମ୍ପତିଙ୍କୁ ହସ୍ପିଟାଲ ପଠାଇଥିଲେ ଓ ପୁଲିସ୍‌କୁ ଖବର ଦେଇଥିଲେ। ତେବେ ଡାକରଖାନାରେ  ଡାକ୍ତରୀ ଟିମ ନୀରଜଙ୍କୁ ମୃତ ଘୋଷଣା କରିଛନ୍ତି। ଏବେ ତାଙ୍କ ପତ୍ନୀଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

Related posts

ଟ୍ରମ୍ପଙ୍କ ବୈଠକ ସମୟରେ ହ୍ୱାଇଟ୍ ହାଉସ୍ ବାହାରେ ଗୁଳିକାଣ୍ଡ

mahabharatanews

ଗ୍ଲେସିଆଲ ହ୍ରଦ ଫାଟି ଆକସ୍ମିକ ବନ୍ୟା, ଭାରତରେ ହାଇଆଲର୍ଟ

mahabharatanews

ପଶ୍ଚିମବଙ୍ଗରେ CBIର ବଡ଼ଧରଣର ଚଢ଼ାଉ, ₹191 କୋଟିର PNB ବ୍ୟାଙ୍କ ଠକେଇ ମାମଲାରେ 8ଟି ସ୍ଥାନରେ ଚଢ଼ାଉ

mahabharatanews