ଓଡିଶା

ମୋବାଇଲ ବିତରଣ ମେଳା ଅନୁଷ୍ଠିତ

ମୋବାଇଲ ବିତରଣ ମେଳା ଅନୁଷ୍ଠିତ. ଯାଜପୁର ଜିଲ୍ଲା ର ବିଭିନ୍ନ ଥାନା ଓ ସାଇବର ଥାନା ରେ ଜବତ ହୋଇଥିବା ଚୋରି ଓ ହଜିଯାଇଥିବା 200 ରୁ ଉର୍ଦ୍ଧ ମୋବାଇଲ ଗୁଡିକୁ ନେଇ ଏକ ମେଳା ଅନୁଷ୍ଠିତ ହୋଇଯାଇଅଛି.ଏହି ମେଳା ରେ ଆଇଜି ତଥା ପୋଲିସ ମହା ନିଶିକ୍ଷକ ଡ଼ ସତ୍ୟଜିତ ନାୟକ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସପି ୟସପ୍ରତାପ ଶ୍ରୀମଲ ଓ ଜିଲ୍ଲା ପୋଲିସ ମୁଖ୍ୟାଳୟ ର ସମସ୍ତ ଅଫିସର ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ. ଯେଉଁ ଜନସାଧାରଣ ଙ୍କ ମୋବାଇଲ ଚୋରି କିମ୍ବା ହଜିଯାଇଥିବା ସେମାନେ ସଠିକ ଦସ୍ତାବିତ ଦେଖାଇ ପୋଲିସ ମୁଖ୍ୟାଳୟ ରୁ ନେଇପାରିବେ ବୋଲି ଏସପି ସୂଚନା ଦେଇଛନ୍ତି.

ଆଜିର ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଓ ପୋଲିସ ମାନଙ୍କ ଭିତରେ କିଭଳି ସୁ ସମ୍ପର୍କ ସ୍ଥାପନ ହୋଇପାରିବ ସେ ବିଷୟରେ ଆଇଜି ପରାମର୍ଶ ଦେଇଥିଲେ ଏଥି ସହିତ ଏହି ମୋବାଇଲ ବିତରଣ କାର୍ଯ୍ୟକ୍ରମ ରେ 50ରୁ ଉର୍ଦ୍ଧ ଲୋକଙ୍କୁ ନିଜ ନିଜ ମୋବାଇଲ ଆଇଜି ଏବଂ ଏସପି ଙ୍କ ଉପସ୍ଥିତି ରେ ହସ୍ତାନ୍ତର କରାଯାଇଥିଲା.

Related posts

ଚାନ୍ଦିପୁର ଗୋଳାବାରୁଦ ପରୀକ୍ଷଣ କେନ୍ଦ୍ରରେ ୨ ପଜିଟିଭ

mahabharatanews

ନଦୀପଠାରୁ ଅଜଣା ମହିଳାଙ୍କ ମୃତଦେହ ଠାବ

mahabharatanews

ଲକ୍ ଡାଊନ୍ ଅବମାନନାକାରୀଙ୍କ ଉପରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠା

mahabharatanews