ଦେଶ ବିଦେଶ

ପ୍ରେମିକାକୁ ହତ୍ୟା କଲା, ନିଆଁ ଲଗାଇ ଦେଲା 

୧୮ ବର୍ଷୀୟ ପ୍ରେମିକାଙ୍କୁ ୧୯ ବର୍ଷୀୟ ପ୍ରେମିକ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କରିଛି ହତ୍ୟା। ପ୍ରେମିକା ବ୍ରେକଅପ କରିବାକୁ ଚାହୁଁଥିବାରୁ ପ୍ରେମିକ ନିଶାନ୍ତ ତାଙ୍କୁ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା। କେରଳମର ଇଡୁକ୍କି ଜିଲ୍ଲାରେ ଘଟିଥିବା ଏହି ଭୟଙ୍କର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଅଭିଯୁକ୍ତ ନିଶାନ୍ତର ଘର ରାଜକୁମାରୀର ଭାଟ୍ଟାପ୍ପାରା ବି ଡିଭିଜନରେ। ଘଟଣା ପରେ ପୁଲିସ୍‌ ତା’କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ପ୍ରେମ ଓ ବ୍ରେକ କାରଣରୁ ଏତେ ବଡ଼ ଘଟଣା ଘଟିଛି। ନିଶାନ୍ତ ଓ ୧୮ ବର୍ଷୀୟ ନିତ୍ୟାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। ୨୦୨୩ରୁ ଉଭୟ ପରସ୍ପରକୁ ପ୍ରେମ କରୁଥିଲେ। ହେଲେ କିଛି ଦିନ ତଳେ ନିତ୍ୟା ଏହି ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ଚାହିଁଥିଲେ। ଏହା ନିଶାନ୍ତକୁ ପସନ୍ଦ ଆସି ନଥିଲେ। ସେ ନିତ୍ୟାଙ୍କୁ ବୁଝାସୁଝା କରିଥିଲେ ବି କିଛି ବି ସୁଫଳ ମିଳି ନଥିଲା।

ଶେଷରେ ଅକ୍ଟୋବର ୧୧ ତାରିଖରେ ନିତ୍ୟାଙ୍କୁ ଫୋନ କରି ଶେଷ ଥର ପାଇଁ ଦେଖା କରିବାକୁ ଅନୁରୋଧ କରିଥିଲା ନିଶାନ୍ତ। ନିଶାନ୍ତର କଲ ପାଇ ନିତ୍ୟା ମଧ୍ୟ ଅକ୍ଟୋବର ୧୧ ତାରିଖ ଦିନ ୨.୩୦ରେ ଦେଖା କରିବାକୁ ଆସିଥିଲେ। ପୋପାରା ସ୍ଥିତ ଗୋଟିଏ ଚା’ ବଗିଚାରେ ଉଭୟ ପରସ୍ପରକୁ ଭେଟିଥିଲେ। କିଛି ସମୟରେ କଥାବାର୍ତ୍ତା ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ।  ଏହି ସମୟରେ ନିତ୍ୟାଙ୍କୁ ମାଡ଼ ମାରିଥିଲା ନିଶାନ୍ତ। ସେ ତଳେ ପଡ଼ି ଯିବାରେ ନିଶାନ୍ତ ତାଙ୍କ ତଣ୍ଟିକୁ ଚିପି ଦେଇଥିଲା। ସେ ଚିତ୍କାର କରି ନିସ୍ତେଜ ହେବା ପରେ ବି ନିଶାନ୍ତର ରାଗ କମି ନଥିଲା। ସେ ତାଙ୍କ ମୁଣ୍ଡକୁ ପାଖରେ ପଡ଼ିଥିବା ଗୋଟିଏ ପଥର ଦ୍ୱାରା ଛେଚି ଦେଇଥିଲା। ଏଥିଯୋଗୁ ନିତ୍ୟାଙ୍କ ମୃତ୍ୟୁ ହୋଇଥିଲା।

Related posts

ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ

mahabharatanews

ଦିଲ୍ଲୀରେ ଜୁଲାଇ ୧ରୁ ନୂତନ EV ନୀତି କାର୍ଯ୍ୟକାରୀ ହେବ

mahabharatanews

ଇଣ୍ଡୋନେସିଆର ସୁମେରୁ ପର୍ବତରୁ ଲାଭା ଉଦଗୀରଣ

mahabharatanews