ଓଡିଶା

ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟ ତିଥିରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ମହାନ ଜନନେତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ଆଜି ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବାରିପଦା ସ୍ଥିତ ଷ୍ଟାଡିୟମ କକ୍ଷରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରିପଦା ସେଵାଦଳର ଅରବିନ୍ଦ ଦାସ ଙ୍କ ନେତୃତ୍ବରେ ଦଳୀୟ କର୍ମକର୍ତ୍ତା, ଯୁବ କଂଗ୍ରେସ, ମହିଳା ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତଃ ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଏବଂ ବଳିଦାନକୁ ସ୍ମରଣ କରି ବକ୍ତାମାନେ ନିଜର ବକ୍ତବ୍ୟ ରଖିଥିଲେ। ଏହି ରକ୍ତଦାନ ଶିବିର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ରକ୍ତର ଅଭାବ ଦୂର କରିବା ଏବଂ ଜନସେବା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି।

Related posts

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews

ଲାଲବାହିନୀର ହିଂସା: ଜାଳିଦେଲେ ଏକ ବସ ସହ ୩ଗାଡି

mahabharatanews

ନାମାଙ୍କନ ଦାଖଲ କଲେ ମନ୍ମଥ ରାଉତରାୟ 

mahabharatanews