ଦେଶ ବିଦେଶ

ଝିଅକୁ ଲଣ୍ଡନରେ ଖୋଜୁଥିଲେ ପରିବାର, ପୁଣେରେ ମିଳିଲା ମୃତଦେହ

ଝିଅକୁ ଲଣ୍ଡନରେ ଖୋଜୁଥିଲେ ପରିବାର ଲୋକେ । ପୁଣେରେ ମିଳିଲା ମୃତଦେହ । ମହାରାଷ୍ଟ୍ରର ପୁଣେରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା। ମୃତ ମହିଳା ହେଉଛନ୍ତି ମୁଗ୍ଧା ଅବିନାଶ ଦେଶମୁଖ। ପରିବାର ଲୋକେ ଭାବୁଥିଲେ ଯେ ମୁଗ୍ଧା ଲଣ୍ଡନରେ ରହି ଏମ୍‌ବିଏ ପଢୁଛନ୍ତି। ହେଲେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ସେ ଅଗଷ୍ଟ ମାସରୁ ହିଁ ଲଣ୍ଡନ ଛାଡ଼ି ଭାରତ ଫେରିଆସିଥିଲେ। ପରେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚରୁ ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପରିବାର ଲୋକେ ପୁଲିସ ସହ ତାଙ୍କ ଫ୍ଲାଟ୍‌ରେ ପହଞ୍ଚିବା ପରେ ଭିତରୁ ମୁଗ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ। ପୁଲିସ ସୂଚନା ଅନୁସାରେ, ମୁଗ୍ଧାଙ୍କ ବାପା ଅବିନାଶ ଦେଶମୁଖ ଛତ୍ରପତି ସମ୍ଭାଜୀନଗରର ଏକ ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଧାରଣା ଥିଲା ଯେ ମୁଗ୍ଧା ଲଣ୍ଡନରେ ରହି ଏମ୍‌ବିଏ ପଢ଼ୁଛନ୍ତି।

ଅକ୍ଟୋବର ୨୩ ତାରିଖରେ ମୁଗ୍ଧା ଶେଷ ଥର ପାଇଁ ନିଜ ବାପାମାଆଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହି ସମୟରେ ତାଙ୍କର କୌଣସି ଏକ ସ୍ଥାନରେ ସାକ୍ଷାତକାର ଥିବା କଥା କହି ତରବରିଆ ଭାବେ ଫୋନ୍‌ କାଟି ଦେଇଥିଲେ। ପରଦିନ ପରିବାର ଲୋକେ ମୁଗ୍ଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ରହିଥିଲା। ବାରମ୍ବାର ଫୋନ୍‌ କରିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ନହେବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଥିଲା। ଏହାପରେ ମୁଗ୍ଧାଙ୍କ ବାପା ଲଣ୍ଡନରେ ରହୁଥିବା ତାଙ୍କ ବନ୍ଧୁ ନିକିତାଙ୍କ ସହ ଯୋଗାଯୋଗ କରି ଝିଅ ସମ୍ପର୍କରେ ଖୋଜଖବର ନେବାକୁ କହିଥିଲେ। ନିକିତା ଏନେଇ ଲଣ୍ଡନ ପୁଲିସର ସହାୟତା ନେଇଥିଲେ। ହେଲେ ସେଠାକାର ପୁଲିସଠାରୁ ମିଳିଥିବା ସୂଚନା ପୂରା ପରିବାରକୁ ଆଶ୍ଚର୍ୟ୍ୟ କରି ଦେଇଥିଲା। ମୁଗ୍ଧା ଅଗଷ୍ଟ ମାସରେ ହିଁ ଲଣ୍ଡନ ଛାଡ଼ି ସାରିଥିବା ପୁଲିସ କହିଥିଲା। ଏହାପରେ ପରିବାର ଲୋକେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିଥିଲେ। ଏଥିରୁ ମୁଗ୍ଧା ଭାରତକୁ ଫେରି ପୁଣେରେ ରହୁଥିବା ଜଣାପଡ଼ିଥିଲା।

Related posts

ମନୋଜ ଜାରେଞ୍ଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଘୋଷଣା କରିଛନ୍ତି

mahabharatanews

ବର୍ଲିନରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବଡ଼ ସଙ୍କେତ

mahabharatanews

ଆଯୋଧ୍ୟାର ସାଂସଦଙ୍କୁ କରାଗଲାନି ନିମନ୍ତ୍ରଣ, ସୋସିଆଲ ମିଡିଆରେ ଝାଡିଲେ କ୍ଷୋଭ

mahabharatanews