ଅପରାଧ

ଲିଭ ଇନ୍‌ ପାର୍ଟନରଙ୍କୁ କଲେ ନିର୍ମମ ଭାବେ ହତ୍ୟା

ଲିଭ ଇନ୍‌ ପାର୍ଟନରଙ୍କୁ କଲେ ନିର୍ମମ ଭାବେ ହତ୍ୟା ।ଶେଷରେ ବନ୍ଧା ହେଲେ ଯୁବତୀ ଓ ତାଙ୍କ ମା । କୋଲକାତାର ଗାରିଆ ଅଞ୍ଚଳରେ ଘଟିଛି ଘଟଣଶ । ଅଭିଯୁକ୍ତ ସଞ୍ଚଳିକା ବାସୁ ଓ ତାଙ୍କ ମା’ ମୌମିତା ବାସୁଙ୍କୁ ପୋଲିସ ଗିରଫ କରିଛି। ମୃତ ଯୁବକସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ। ପୂରା ଘଟଣାଟି ହେଲା,   ବାହା ନ ହୋଇ ଏକାଠି ଯୁବବ ଓ ଯୁବତୀ ରହୁଥିଲେ। ସେମାନଙ୍କ ସହ  ଯୁବତୀଙ୍କ ମା’ ବି ରହୁଥିଲେ ।  ଉଭୟଙ୍କ ମଧ୍ୟରେ ଥିଲା ଲିଭ ଇନ ସମ୍ପର୍କ। କୋଲକାତାର ଗାରିଆ ଅଞ୍ଚଳରେ ଉଭୟ ଗୋଟିଏ ଫ୍ଲାଟକୁ ଭଡ଼ାରେ ନେଇ ସେଠାରେ ରହୁଥିଲେ। ହେଲେ ଶନିବାର ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ। ଆଉ ଶେଷରେ ଯୁବତୀ ଜଣଙ୍କ ତାଙ୍କର ୨୫ ବର୍ଷୀୟ ଲିଭ ଇନ ପାର୍ଟନରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ପୁଲିସ୍‌ ଏହି ହତ୍ୟାକାଣ୍ଡ ଘଟଣାରେ ସଞ୍ଚଳିକା ବାସୁ ଓ ତାଙ୍କ ମା’ ମୌମିତା ବାସୁଙ୍କୁ ଗିରଫ କରିଛି।

ମୃତକ ଜଣଙ୍କ ହେଲେ ଉତ୍ତର ୨୪ ପ୍ରଗଣା ଅନ୍ତର୍ଗତ ବାରାସତର ମୂଳବାସିନ୍ଦା ସାର୍ଥକ ସରକାର। ସେ ସଲ୍ଟ ଲେକର ସେକ୍ଟର ଭି ସ୍ଥିତ କୋଲକାତାର ଆଇଟି ହବର ଗୋଟିଏ କମ୍ପାନୀରେ କାମ କରୁଥିଲେ। ସେ ସଫ୍ଟୱେୟାର ଇଞ୍ଜନିୟର ଭାବେ କାମ କରିବା ସହ ଗାରିଆର ଫର୍ତାବାଦ ଅଞ୍ଚଳରେ ଗୋଟିଏ ଫ୍ଲାଟ ଭଡ଼ାରେ ନେଇ ରହୁଥିଲେ। ସାର୍ଥକଙ୍କ ସହ ଅନେକ ସମୟରେ ସଞ୍ଚଳିକାଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା।

ଶନିବାର ମଧ୍ୟାହ୍ନରେ ସାର୍ଥକ ଓ ସଞ୍ଚଳିକା କାଳୀ ପୂଜା ପାଇଁ ବାଣ କିଣିବାକୁ ଯାଇଥିଲେ। ବାଣ ସହ ମାଂସ କିଣି ବେଶ ଖୁସିବାସୀରେ ଫ୍ଲାଟକୁ ଫେରିଥିଲେ। କିନ୍ତୁ ଫ୍ଲାଟରେ ପହଞ୍ଚିବା ପରେ ସବୁ କିଛି ବଦଳି ଯାଇଥିଲା। କୌଣସି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶନିବାର ରାତିରେ ହୋଇଥିଲା ପାଟିତୁଣ୍ଡ। ସ୍ଥିତି ବିଗିଡ଼ିବା ସହ ଦୁହେଁ ହାତାହାତି ହୋଇଥିଲେ। ଶେଷରେ ସଞ୍ଚଳିକା ରାଗରେ ଘରେ ଥିବା ଗୋଟିଏ ଧାରୁଆ ଅସ୍ତ୍ର ଆଣି ସିଧା ସାର୍ଥକଙ୍କୁ ଆକ୍ରମଣ କରିଥିଲେ।

Related posts

ଲାଂଚ ନେଇ ଭିଜଲାନ୍ସ ଜାଲରେ ତହସିଲ କିରାଣୀ

mahabharatanews

କଟକ ଡିସିପି ଅଫିସରେ ହାଇଦର

mahabharatanews

ଆମ୍ବୁଲାନ୍ସ ଓ ଟାଟା ଏସିଧକ୍କା; ୩ ଜଣ ଆହତ

mahabharatanews