ମନୋରଞ୍ଜନ

ବିମାନରେ ଯାତ୍ରୀ ଗାଇଲେ ସୋନୁଙ୍କ ଗୀତ, ନିଜକୁ ରୋକିପାରିଲେନି ସୋନୁ, ତା’ପରେ… 

ବିମାନରେ ଯାତ୍ରା କରୁଥିଲେ ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ହଠାତ୍ ବିମାନ ଭିତରେ ଶୁଭିଲା ତାଙ୍କର ସୁପରହିଟ୍ ଗୀତ। ତାହା ପୁଣି ଯାତ୍ରୀଙ୍କ କଣ୍ଠରୁ । ନିଜ ଗୀତ ଅନ୍ୟମାନଙ୍କ ମୁହଁରେ ଶୁଣି ସୋନୁ ନିଗମ ଭାବବିହ୍ୱଳ ହୋଇଗଲେ। ଯାତ୍ରୀଙ୍କ ଏହି ନିଆରା ସରପ୍ରାଇଜ୍‌ର ଜବାବରେ ସୋନୁ ମଧ୍ୟ ଆରମ୍ଭ କରିଦେଲେ ନିଜର ଲାଇଭ୍ ପରଫର୍ମାନ୍ସ। ଆଉ ତା’ପରେ ପୂରା ବିମାନ ପାଲଟିଗଲା ମ୍ୟୁଜିକ୍ କନସର୍ଟର ମଞ୍ଚ। ଏହି ମନଛୁଆଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ  ଖୁବ୍ ଭାଇରାଲ ହେଉଛି।

ଘଟଣାଟି ଥିଲା ଏପରି, ଫ୍ଲାଇଟ୍‌ରେ ଯାତ୍ରା କରୁଥିବା କିଛି ଯାତ୍ରୀ ହଠାତ୍ ସୋନୁଙ୍କ ଲୋକପ୍ରିୟ ଗୀତ ‘କଲ୍ ହୋ ନା ହୋ’ ଏବଂ ‘ମୈଁ ଅଗର କହୁଁ’ ଗାଇବା ଆରମ୍ଭ କରିଥିଲେ। ନିଜର ପ୍ରିୟ ଗାୟକଙ୍କ ସାମ୍ନାରେ ତାଙ୍କ ଗୀତ ଗାଇ ଯାତ୍ରୀମାନେ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲେ। ଏହି ଅପ୍ରତ୍ୟାଶିତ ଭଲପାଇବା ଦେଖି ସୋନୁ ମଧ୍ୟ ନିଜ ଫୋନ୍‌ରେ ଏହି ମୁହୂର୍ତ୍ତକୁ କଏଦ କରିଥିଲେ। ଯାତ୍ରୀଙ୍କ ଏହି ନିଆରା ସରପ୍ରାଇଜ୍‌ର ଜବାବରେ ସୋନୁ ମଧ୍ୟ ଆରମ୍ଭ କରିଦେଲେ ନିଜର ଲାଇଭ୍ ପରଫର୍ମାନ୍ସ।

Related posts

ଧୁରନ୍ଧରର ଆୟକୁ ନେଇ ସାମ୍ନାକୁ ଆସିଲା ନୂଆ ରିପୋର୍ଟ

mahabharatanews

ଏହି କାରଣରୁ ଦୁଃଖୀ ଅଛନ୍ତି ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

mahabharatanews

ଆଜି କିଙ୍ଗ ଖାନାଙ୍କ ୫୮ ତମ ଜନ୍ମଦିନ 

mahabharatanews