ଭାରତ

ଆଶ୍ଚର୍ଯ୍ୟ ହେଲେ ବି ସତ,୧୦ ବର୍ଷ ବାଳକର ରହଛି ୫୦ଟି ଦାନ୍ତ

ଇନ୍ଦୋର: କେବେ ଗୋଟିଏ ମଣିଷର ୫୦ଟି ଦାନ୍ତ ଥିବା କଥା ଶୁଣିଛନ୍ତି କି? କଥାଟା ଟିକେ ଅଜବ ଲାଗୁଥିଲେ ବି ସତ । ଏପରି ଅଦ୍ଭୁତ ଘଟାଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ । ସୂଚନା ଅନୁସାରେ ଜଣେ ୧୦ ବର୍ଷ ବାଳକ ମୁହଁରେ ୫୦ ଦାନ୍ତ ରହିଛି । ବାଳକଟିର ଦାନ୍ତ ଯନ୍ତ୍ରଣା ହେବାରୁ ତାକୁ ପରିବାର ଲୋକେ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କ ଦାନ୍ତର ଯାଞ୍ଚ କରିବା ପରେ ବାଳକ ଜଣକ ଏକ ବଡ ରୋଗରେ ଶିକାର ହୋଇଥିବା କହିଥିଲେ। ଏହି ରୋଗକୁ ଓଡୋଣ୍ଟୋମା କୁହାଯାଏ। ଏକଲକ୍ଷ ମଧ୍ୟରୁ ମାତ୍ର ଗୋଟିଏ କି ଦୁଇଟି ଏମିତି ରୋଗ ସାମ୍ନାକୁ ଆସିଥାଏ।

ଡାକ୍ତରଙ୍କ କହିବା ଅନୁସାରେ, ଯଦି ସମୟ ଥାଉ ଥାଉ ଏହାର ଉପଚାର ନ କରାଯାଏ ତେବେ ପରେ ଏହା ସବୁ ଦାନ୍ତକୁ ନଷ୍ଟ କରିଦେଇ ପାରେ । କାରଣ ଏହା ଏକ ଗମ୍ଭିର ରୋଗ ଅଟେ । ଏହା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ତିନିଜଣିଆ ଡାକ୍ତରୀ ଟିମ୍ ମିଶି ବାଳକଟି ଦାନ୍ତକୁ ଅସ୍ତ୍ରୋପଚାର କରିଥିଲେ । ସେହି ଅସ୍ତ୍ରୋପଚାର ଦ୍ୱାରା ବାଳକଟିର ୩୦ଟି ଦାନ୍ତ କଢା ଯାଇଥିବା ଖବର ରହିଛି । ଡାକ୍ତରଙ୍କ କହିବା ଅନୁସାରେ ପିଲା ଜଣକ ୧୮ ବର୍ଷ ବୟସ ହେବା ବେଳକୁ ବାକିଥିବା ଦାନ୍ତ ଫେରି ଆସିବ । ଡାକ୍ତରଙ୍କ ଏପରି ଚେଷ୍ଟା ହେତୁ ବାଳକଟି ଭଲ ହୋଇ ପାରିଛି ।

Related posts

ଲଙ୍ଗରରେ ବାସନ ଧୋଇଲେ ରାହୁଲ ଗାନ୍ଧି

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ ଯିବେ ଇସ୍ରୋର ଗଗନଯାତ୍ରୀ

mahabharatanews