ପୁରୀ ବ୍ରହ୍ମଗିରି ଅଞ୍ଚଳରୁ ଆସିଛି ଜଣେ ଦିବ୍ଯାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ବ୍ରହ୍ମଗିରି ଥାନାରେ ରୁଜୁ ହୋଇଛି ମାମଲା। କେଶ୍ ନମ୍ବର ୫୨୭/୨୫ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ପିଡିତାଙ୍କୁ ଡାକ୍ତରି ମାଇନା କରାଯାଇଛି। ତେବେ ଗତ ୨୬ତାରିଖ ସଂନ୍ଧ୍ୟାରେ ଘଟିଥିଲା ଅମାନବୀୟ ଘଟଣା । ରେବଣା ନୁଆଗାଁ ଅଞ୍ଚଳର ଅଭିଯୁକ୍ତ ବିଭିନ୍ନ ସମୟରେ ପିଡିତାଙ୍କ ଘରକୁ ଯିବା ଆସିବା କରୁଥିଲେ। ପରିବାର ସହ ଭଲ ସମ୍ପର୍କ ଥିଲା। କିନ୍ତୁ ଅଭିଯୁକ୍ତ ମନରେ ପିଡିତାଙ୍କ ପ୍ରତି ଖରାପ ନଜର ରହିଥିଲା। ଯାହାକୁ ଦିବ୍ଯାଂଙ୍ଗ ପିଡିତା ବୁଝି ପାରି ନଥିଲା । ପିଡିତାଙ୍କ ସ୍ୱାମୀ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରନ୍ତି। ଘଟଣା ଦିନ ସେ ଭଡା ନେଇ ଦୁରକୁ ଚାଲିଯାଇଥିଲେ । ଘରେ କେବଳ ଥିଲେ ବୃଦ୍ଧା ଶାଶୁ ଓ ପିଡିତା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଘରକୁ ଆସିଥିଲା। ପିଡିତା ଦିବ୍ଯାଙ୍ଗ ହୋଇଥିବାରୁ ପ୍ରତିରୋଧ କରିବା ସମ୍ଭବ ହୋଇନଥିଲା। ଫଳରେ ଦୁଷ୍କର୍ମର ଶିକାର ହୋଇଥିଲେ।
previous post
