ଦେଶ ବିଦେଶଭାରତ

ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ

ଆରାବଳୀ ମାମଲାରେ ନିଜଆଡ଼ୁ ହସ୍ତକ୍ଷେପ କଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠ ସୋମବାରଠାରୁ ଏହି ମାମଲାର ଶୁଣାଣି କରିବେ। ଆସନ୍ତାକାଲି ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି। ଆରାବଳୀ ପର୍ବତମାଳାରେ ଖଣି ଖନନକୁ ନେଇ ନିକଟରେ ହୋଇଥିବା କେତେକ ନୀତିଗତ ପରିବର୍ତ୍ତନକୁ ନେଇ ସୁପ୍ରିମ୍‌କୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି  ।  ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜେକେ ମାହେଶ୍ବରୀ ଏବଂ ଜଷ୍ଟିସ ଏଜି ମସିହଙ୍କ ଅବସରକାଳୀନ ଖଣ୍ଡପୀଠ ଆଜି ଏହି ମାମଲାକୁ ଶୁଣାଣି ପାଇଁ ବିଚାରକୁ ନେବେ ବୋଲି କହିଛନ୍ତି । ସମ୍ପ୍ରତି ଆରାବଳି ପାହାଡ଼ ସମ୍ପର୍କରେ ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ତଥାପି, କେନ୍ଦ୍ର ସରକାର ଲଗାତାର ଭାବରେ କହିଛନ୍ତି ଯେ ଆରାବଳି ପାହାଡ଼ କୌଣସି ବିପଦରେ ନାହିଁ। କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ବଡ଼ ପରିମାଣର ଖଣି ଖନନକୁ ଅନୁମତି ଦେବା ପାଇଁ ଆରାବଳିର ପରିଭାଷା ପରିବର୍ତ୍ତନ କରାଯାଇଛି।

ତଥାପି, କଂଗ୍ରେସ ଦଳର ଏହି ଦାବିକୁ ସରକାର ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଆରାବଳୀ ପର୍ବତମାଳାର ସଜ୍ଞା ପରିବର୍ତ୍ତନକୁ ବିରୋଧ କରି ଜନସାଧାରଣ କ୍ରୋଧିତ ହୋଇଥିବାରୁ ଏବଂ ପରିବେଶକୁ ନେଇ ଚିନ୍ତା ପ୍ରକଟ ହୋଇଥିବାରୁ ସୁପ୍ରିମ୍‌କୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି । ସଜ୍ଞା ପରିବର୍ତ୍ତନ ହେବାଦ୍ବାରା ପୂର୍ବରୁ ସୁରକ୍ଷିତ ଥିବା ଅଞ୍ଚଳରେ ଖଣି ଏବଂ ନିର୍ମାଣ କାର୍ଯ୍ୟ ବୈଧ ହୋଇପାରିବ ବୋଲି ପରିବେଶବିତ୍‌ ଗୋଷ୍ଠୀ ଚିନ୍ତା ପ୍ରକଟ କରିଛନ୍ତି । କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିବେ। ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

Related posts

ପାକିସ୍ତାନକୁ ଥରାଇ ଦେଇଛି ଅପରେସନ ହେରୋଫ୍ 2.0

mahabharatanews

ଇଡିରେ ହାଜର ହେବେନି ବିହାର ଉପ ମୁଖ୍ୟମନ୍ତ୍ରୀ

mahabharatanews

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews