ଓଡିଶା

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: କରୋନା ମହାମାରୀର ଆତଙ୍କ ମଧ୍ୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଭାବେ ଖବର ପରିବେଷଣ କରୁଛନ୍ତି ଗଣମାଧ୍ୟମ ପ୍ରତିନିଧି । ଏହି ପ୍ରତିନିଧିମାନଙ୍କ ନିର୍ଭିକ ଓ ନିରନ୍ତର ଖବର ପରିବେଷଣ ପାଇଁ ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା  ପକ୍ଷରୁ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରାଯାଇଥିଲା ଓ କମିଶନରେଟ ପୋଲିସ ସହଯୋଗରେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା।
ଦୀର୍ଘ ୩ବର୍ଷ ଧରି ରକ୍ତଦାନ ଶିବିର ଦାୟିତ୍ୱରେ ଥିବା କମିଶନରେଟ ପୋଲିସର ଏସିପି ଶ୍ରୀ ଲଳିତେନ୍ଦୁ ମହାନ୍ତିଙ୍କୁ ନିରନ୍ତର ରକ୍ତଦାନ ଶିବିର ଆୟୋଜନ କରିଆସୁଥିବାରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ଦ୍ୱାରା ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କୋଭିଡ-୧୯ ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇ ଥିଲା ।
ଏହି କାର୍ୟ୍ୟକ୍ରମରେ ଓଡିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ମହିଳା ଶିଶୁ କଲ୍ୟାଣ ବିଭାଗ, ଓଡିଶା ସରକାରଙ୍କ ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ , ବରିଷ୍ଠ ସାମ୍ବାଦିକ ଗୌତମ ବୁଦ୍ଧ ଦାସ, ସମାଜସେବୀ ପ୍ରକାଶ ତ୍ରିପାଠୀ ସମର୍ପିତର ପ୍ରତିଷ୍ଠାତା ସଦାଶିବ ଜେନା ଉପସ୍ଥିତ ରହି ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିବା ବେଳେ ସମର୍ପିତର ସମ୍ପାଦକ ବିସ୍ମୟ ରାଉତ, ରାଜେଶ ପରିଡା, ସୁଶୀଲକାନ୍ତ ପ୍ରଧାନ, ସାର୍ଥକ କୁମାର ପରିଡା, ଗଣମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସୌମେନ୍ଦ୍ର ଲେଙ୍କା ଓ ସଦସ୍ୟ ବିଶ୍ୱଜିତ ପ୍ରଧାନ, ଗଣେଶ ପରିଡା, ରାକେଶ ପରିଡା, ବିଶ୍ୱଜିତ ଲେଙ୍କା, କୃତିଦୀପ୍ତ ପରିଡା, ବଳରାମ ଭୋଇ, ସାଇ ଶୁଭମ ଓ ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳଣା କରିଥିଲେ।

Related posts

ଦ୍ଵିତୀୟ ଦିନରେ ପ୍ରଭୁ ଶ୍ରୀଅଲାରନାଥଙ୍କ ଦର୍ଶନ,ପ୍ରବଳ ଭିଡ଼

mahabharatanews

ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

mahabharatanews

ମଦ୍ୟପାନ କରି ଗାଡି ଚଳାଇବା ପଡିବ ମହଙ୍ଗା ; ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀ କରିବେ ସ୍ୱତନ୍ତ୍ର ଯାଞ୍ଚ

mahabharatanews