ଦେଶ ବିଦେଶ

୨୦୦ବର୍ଷ ପରେ ଜନ୍ମ ହେଲା ଝିଅ; ଆସିଲା ରଥରେ  

ବାଜୁଥିଲା ଡିଜେ । ଗୀତର ତାଳେ ତାଳେ ନାଚୁଥିଲେ ଲୋକେ । ଝକମକ ଆଲୁଅ ଭିତରେ ସୁସଜ୍ଜିତ ରଥ ଆଗକୁ ବଢ଼ୁଥିଲା। ଲାଗୁଥିଲା ସତେ ଯେମିତି କାହାର ବିବାହ ପ୍ରସୋସନ ଯାଉଛି । ହେଲେ ଏହା କୌଣସି ବିବାହ  ନୁହେଁ, ଏହା ଥିଲା ଏକ କୁନି ଅତିଥିଙ୍କୁ ଘରକୁ ପାଛୋଟି ନେବାର ଖୁସି । କୋଳରେ ନବଜାତକୁ ଧରି ରଥରେ ବସିଥିଲା  ମା’। ଆଉ ରଥ ଆଗରେ ବାଜୁଥିଲା ବାଜା, ଫୁଟୁଥିଲା ବାଣ। କାରଣ ଦୀର୍ଘ ୨୦୦ ବର୍ଷ ପରେ ଏହି ପରିବାରରେ ଝିଅଟି ଜନ୍ମ ହୋଇଛି ।  ସାମଜରେ ଅନେକ ଲୋକ କନ୍ୟା ସନ୍ତାନ ଜନ୍ମ ହେଲେ, ଏହାକୁ ସଂକୀର୍ଣ୍ଣ ମାନସିକତାରେ ଦେଖୁଛନ୍ତି। ହେଲେ ମହାରାଷ୍ଟ୍ରର ବୀଡ୍‌ରେ ରହୁଥିବା ଗୋଟିଏ ପରିବାର ଏହି ଧାରଣାକୁ ପୂରା ବଦଳା ଦେଇଇଛି।

ଦୀର୍ଘ ୨୦୦ ବର୍ଷ ପରେ ପରିବାରରେ କନ୍ୟା ସନ୍ତାନ ଜନ୍ମ ନେଇଥିବାରୁ ତାଙ୍କୁ ଓ ତାଙ୍କ ମା’ଙ୍କୁ ଜୋରସୋରରେ କରାଯାଇଛି ସ୍ୱାଗତ। ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟମାନେ ରଥରେ ବସାଇ, ବାଜା ବଜେଇ  ନୂଆ ଅତିଥିଙ୍କୁ ଘରକୁ ପାଛୋଟି ଆଣିଛନ୍ତି। ଝିଅଟି ଜନ୍ମ ହେବା ପରେ ପରିବାର ଲୋକଙ୍କ ଗୋଡ ଖୁସିରେ ଆଉ ତଳେ ଲାଗୁ ନଥିଲା ।   କନ୍ୟା ସନ୍ତାନ  ଓ ତାଙ୍କ ମା’ଙ୍କୁ ବେଶ ନିଆରା ଢଙ୍ଗରେ ହସ୍ପିଟାଲରୁ ଘରକୁ  ଆଣିଥିଲେ. ପରିବାରର ଲୋକଙ୍କ କହିବା ଅନୁଯାୟୀ,  ୨୦୦ ବର୍ଷ ଧରି ଘରେ କୌଣସି ସନ୍ତାନ ଜନ୍ମ ନେଇ ନଥିଲେ। ପ୍ରଥମ କନ୍ୟା ସନ୍ତାନ ଭାବେ ଘରେ ପାଦ ରଖିଥିବାରୁ ଏହାକୁ ସ୍ମରଣୀୟ କରିବାକୁ ରାଜକୀୟ ବ୍ୟବସ୍ଥା କରାଯାଇଥିଲା।

Related posts

ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧର ପ୍ରଭାବ ଏବେ ପଡିପାରେ ଇଣ୍ଟରନେଟ୍ ଉପରେ ।

mahabharatanews

ନିୟନ୍ତ୍ରଣ ହରାଇ ପାହାଡ ତଳକୁ ଖସି ପଡିଲା ବସ୍, ବଢୁଛି ମୃତ୍ୟୁ ସଂଖ୍ୟା

mahabharatanews

ଦ୍ବିତୀୟ ଟେଷ୍ଟରେ ଘରୋଇ ଦଳ ଉପରେ ଚାପର ପାହାଡ଼

mahabharatanews