ପୁରୀ : ବଳଙ୍ଗା ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ବାରିପଟୁ ଅର୍ଦ୍ଧଦଗ୍ଦ ଶବ ଉଦ୍ଧାର ହୋଇଛି। ଅର୍ଦ୍ଧ ଦଗ୍ଧ ଶବ ପଡ଼ିଥିବା ଜଣା ପଡ଼ିବା ପରେ ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଦେହଟି ସମ୍ପୂର୍ଣ ପଡିଯାଇଥିଲା ବେଳେ ଗୋଡ଼ ଦୁଇଟି ଦର ପୋଡ଼ା ଅବସ୍ଥାରେ ରହିଛି । ଯାହା ଫଳରେ ଶବଟି ମହିଳା କିମ୍ବା ପୁରୁଷ ଲୋକ ତାହା ସ୍ପଷ୍ଟ ହୋଇପାରିନି । ମୃତ ଶବ ପାଖରେ ଏକ ଜରିଅଖା ଓ ଜାରକିନ ଠିପି ସହ ଏକ ଟାୟାର ଜଳୁ ଥିବାରୁ ଶବ ପୋଡ଼ିବାରେ ଏସବୁ ବ୍ୟବହୃତ ହୋଇଥିବା ଅନୁମାନ କରାଯାଉଛି । ତେବେ ବଳଙ୍ଗା ଅଞ୍ଚଳରେ ଏଭଳି ଆଶ୍ଚର୍ୟ୍ୟ ଘଟଣା ଘଟିଥିବା ବେଳେ ବଳଙ୍ଗା ପୋଲିସ ତଦନ୍ତ କରୁଛି।
