ଭାରତ

ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ନୂଆବର୍ଷରେ ଭୂକମ୍ପ ଝଟ୍‌କା । ଥରିଲେ ଦିଲ୍ଲୀ ବାସିନ୍ଦା | ଲୋକମାନେ ନୂଆବର୍ଷ ସେଲିବ୍ରେସନରେ ମଜ୍ଜିଥିବା ବେଳେ ଲାଗିଲା ଲାଗିଲା ଭୂକମ୍ପର ଝଟକା । ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୮ ରହିଛି । ରାତି ପାଖାପାଖି ୧ଟା ୧୯ବେଳେ ଭୂକମ୍ପ ଝଟକା ଲାଗିଥିଲା । ହରିଆଣାର ଇଜ୍ଜର ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ଭୂପୃଷ୍ଠରୁ ୫ କିଲୋମିଟର ମାଟି ତଳେ ଏହି ଭୂମିକମ୍ପ ହୋଇଛି । ଏଥିରେ କାହାରି କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ କିଛି ଦିନ ଭିତରେ ବହୁତ ଥର ଦିଲ୍ଲୀରେ ଭୂମିକମ୍ପ ଅନୁଭୂତ ହୋଇଛି ନଭେମ୍ବର ୨୯ରେ ଦିଲ୍ଲୀର ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୫ ଥିଲା ।

Related posts

“ସରକାର ଗଠନ କରିବାକୁ କଂଗ୍ରେସର ଯୋଗ୍ୟତା ନାହିଁ”:ଶିବରାଜ ସିଂ ଚୌହାନ

mahabharatanews

ଭାରତ ଯୋଡୋ ଯାତ୍ରା ବେଳେ ହୃଦଘାତରେ କଂଗ୍ରେସ ସାଂସଦ ସନ୍ତୋଖ ସିଂହ ଚୌଧୁରୀଙ୍କ ପରଲୋକ

mahabharatanews

ପ୍ରଭୁ ରାମଲଲ୍ଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀଙ୍କୁ ଭେଟିଲେ ମୋଦୀ

mahabharatanews