ଓଡିଶାପାଣିପାଗ

୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ

ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ କମିଛି ରାତି ତାପମାତ୍ରା । ଆହୁରି ୨୪ ଘଣ୍ଟା ଥରାଇବ । ୨୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀ ଶୀତ । ୬ସହରରେ ୧୦ ଡିଗ୍ରୀ ତଳେ ପାରଦ । ବଢ଼ୁଛି ଶୀତ, ଥରୁଛି ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ। ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ ଶୀତର ପ୍ରକୋପ ବଢ଼ିଛି । ରାତି ତାପମାତ୍ରା ପାଖାପାଖି ୩ରୁ ୪ ଡିଗ୍ରୀ ଯାଏଁ କମିଛି । ଆହୁରି ୨୪ ଘଣ୍ଟା ଶୀତ ଲହରି ରହିବ ।

ଏହାପରେ ବଢ଼ିବ ରାତି ତାପମାତ୍ରା । ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କନ୍ଧମାଳ ଜିଲ୍ଲାରେ ହାଡ଼ଭଙ୍ଗା ଶୀତ ସମ୍ଭାବନା । ଏପଟେ ରାଜଧାନୀ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ଶୀତ। ଗତ ୨୫ ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି। ହାଡ ଭଙ୍ଗା ଶୀତ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି। ୨୦୧୮ରେ ସର୍ବନମ୍ନ ତାପମାତ୍ରା ୧୪.୧ ଡିଗ୍ରୀ ରହିଥିଲା । ସେହିପରି ୬ସହରରେ ୧୦ ଡିଗ୍ରୀ କିମ୍ବା ତାଠାରୁ କମ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଜି.ଉଦୟଗିରି ୫.୪ ଡ଼ିଗ୍ରୀ ,ସେମିଳିଗୁଡା ୬.୧ ଡିଗ୍ରୀ, ଦାରିଙ୍ଗବାଡି ୭ ଡିଗ୍ରୀ, ଫୁଲବାଣୀ ୮ ଡିଗ୍ରୀ ଏବଂ ଝାରସୁଗୁଡା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି ।

Related posts

ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ:  ଆହତଙ୍କୁ ଭେଟିଲେ

mahabharatanews

୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା 

mahabharatanews

ମାଟ୍ରିକରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

mahabharatanews