ବଲାଙ୍ଗୀର: ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ବଲାଙ୍ଗୀର ଜେଲ୍ରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ନାମ ଗଣେଶ ନାଗ । ଏକ ହତ୍ୟା ମାମଲାରେ ଗଣେଶ ନାଗଙ୍କୁ ବଲାଙ୍ଗୀର ଜେଲ୍ରେ ରଖାଯାଇଥିଲା ।
ବଲାଙ୍ଗୀର ସଦର ଥାନା ଅଧୀନ ବାରପୁଗୁଡିଆରେ ଗାଁର ଗଣେଷ ନାଗ ୨୦୧୮ରେ ନିଜ ସ୍ତ୍ରୀଙ୍କ ହତ୍ୟା ମାମଲାରେ ଗିରଫ ବଲାଙ୍ଗୀର ଜେଲରେ ସଜା କାଟୁଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଜେଲ କର୍ତ୍ତୃପକ୍ଷ ଡାକ୍ତରୀ ଚିକିତ୍ସା ପ୍ରଦାନ କରିଥିଲେ । କିନ୍ତୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
