ଓଡିଶା

କଣିହାଁ ୟୁକୋ ବ୍ୟାଙ୍କ ପରିସରରେ ସାମାଜିକ ଦୂରତାକୁ ‘ଫୁ’

(କଣିହାଁ/ଜ୍ୟୋତିରଂଜନ ଧର): କରୋନା ଭୂତାଣୁକୁ ପ୍ରତିରୋଧ କରିବା ପାଇଁ ସରକାର ସଂଗରୋଧ କୁ ବାରଣ କରିଛନ୍ତି । ଜିଲ୍ଲାପ୍ରଶାସନ ମଧ୍ୟ ଏହାକୁ ଗୁରୁତର ସହ ନେଇଥିବା ବେଳେ ଅମାନିଆ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଠର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଭଳିସ୍ଥିତିରେ କଣିହାଁ ୟୁକୋ ବ୍ୟାଙ୍କ ପରିସରରେ ସାମାଜିକ ଦୂରତାକୁ ବାରମ୍ବାର ଫୁ କରାଯାଉଥିବା ଜଣାପଡିଛି । କଣିହାଁ ଶାଖା ୟୁକୋ ବ୍ୟାଙ୍କ ପରିରସରେ ଶୁକ୍ରବାର ସକାଳ ୧୧ଘଣ୍ଟିକା ସମୟରେ ଶତାଧିକ ଗ୍ରାହକଙ୍କ ଟଙ୍କା ଉଠାଣ ପାଇଁ ଜମିଥିଲା ଭିଡ । ଶତାଧିକ ପୁରୁଷ, ମହିଳା ଦୁଇଟି ଲାଇନରେ ଠିଆ ହୋଇଥିବା ବେଳେ ଅନେକ ଗ୍ରାହକଙ୍କ ମୁହଁରେ ନଥିଲା ମାକ୍ସ । ସ୍ଥାନୀୟ ଥାନାର ଜୈନେକ ମହିଳା ପୁଲିସ୍ କର୍ମଚାରୀ ବ୍ୟାଙ୍କ ଫାଟକ ସମ୍ମୁଖରେ ମୁତୟନ ଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ସପ୍ତାହେ ପୂର୍ବରୁ ଏହି ବ୍ୟାଙ୍କରେ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ସମ୍ପର୍କରେ ସଂପୃକ୍ତ ବ୍ୟାଙ୍କ ଶାଖା ବ୍ରାଂଚ ମ୍ୟାନଜେରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ ଗ୍ରହଣ କରିଥିଲେ । ମାକ୍ସ ପିନ୍ଧିନଥିବା ଗ୍ରାହକଙ୍କୁ ଯଦି ବ୍ୟାଙ୍କ ପକ୍ଷରୁ ଟଙ୍କା ନଦିଆଯାଆ’ନ୍ତା ତାହା ହେଲେ ବାଧ୍ୟ ହୋଇ ଲୋକେ ସର୍ବସାଧାରଣ ସ୍ଥାନରେ ମାକ୍ସ ପିନ୍ଧନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Related posts

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ

mahabharatanews

ଆସନ୍ତା ୨୪ ଘଣ୍ଟା ଅତି ପ୍ରବଳ ବର୍ଷା; ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ପ୍ଲାଜମା ଥେରାପିର ଶୁଭାରମ୍ଭ

mahabharatanews