Uncategorized

ମାଟି ତଳେ ପୋତିଥିଲେ ପୁଳା ପୁଳା ଟଙ୍କା ଓ ସୁନା ; ମୃତ୍ୟୁ ପରେ ଜାଣିଲେ ସମ୍ପର୍କୀୟ

ବ୍ୟୁରୋ : ମାଟି ଖୋଳୁ ଖୋଳୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା। ଆଶ୍ଚର୍ଯ୍ୟ ମାନେ ହେଉଥିଲେ ବି କଥାଟି ଏକଦମ ସତ, କୋରାପୁଟ ନାରାୟଣପାଟଣା ବ୍ଲକ କେଲୁବାଡ଼ି ଗାଁର ୭୦ ବର୍ଷୀୟ ସୀତାରାମ ମେଲେକା ମାଟି ତଳେ ନିଜର ଗଛିତ ଟଙ୍କା ସୁନା ପୋତିଥିଲେ। କିନ୍ତୁ ଏବେ ସେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ମାଟି ଖୋଳି ଟଙ୍କା ବାହାର କରିଛନ୍ତି। ସବୁ ଟଙ୍କା ଗୁଡିକୁ ଉଇ ଖାଇଯାଇଥିବା ବେଳେ କିଛି ନଷ୍ଟ ହୋଇଯାଇଛି । ତେବେ ସେହି ଜମା ଟଙ୍କାର ମୂଲ୍ୟ ହଜାରେ କି ୨ହଜାର ନୁହେଁ ପ୍ରାୟ ଏକ ଲକ୍ଷରୁ ଅଧିକ ଟଙ୍କା ସେ ମାଟି ତଳେ ଗଛିତ ରଖିଥିଲେ । ୧୧ ଗ୍ରାମରୁ ଅଧିକ ସୁନା ମଧ୍ୟ ମାଟି ତଳେ ପୋତିଥିଲେ ସୀତାରାମ । ତେବେ ତାଙ୍କ ସମ୍ପର୍କୀୟ ନଗଦ ୩୨ ହଜାର ଟଙ୍କା ପାଇଥିବା ବେଳେ ଅବଶିଷ୍ଟ ଟଙ୍କା ମାଟିତଳେ ରହିଛି । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

Related posts

ଉଦ୍ଧାର ପାଇଁ ଭାରତୀୟ ଦୂତାବାସକୁ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

mahabharatanews

୪ ଦିନ ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

mahabharatanews

ରାହୁଲଙ୍କୁ ସଂସଦ ପଠାଇ କେରଳବାସୀ ଭୁଲ କରିଛନ୍ତି: ରାମଚନ୍ଦ୍ର ଗୁହା

mahabharatanews