ଓଡିଶା

ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର: ସଂପ୍ରତି ଲଘୁଚାପ ଜନିତ ବର୍ଷା କାରଣରୁ ଭୁବନେଶ୍ୱର ସହରର ତଳି ଅଞ୍ଚଳ ତଥା ଅନ୍ୟାନ୍ୟ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଖାସ କରି ସିଆରପି ଛକରେ ଥିବା ଇସ୍କନ ମନ୍ଦିର ସାମ୍ନାରେ ଅଳ୍ପ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଜମିଯାଇଥାଏ। ଏହାଛଡା ଓଲ୍ଡ ଟାଉନ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, କଳ୍ପନା ପ୍ରଭୃତି ସ୍ଥାନରେ ଅଳ୍ପ ବର୍ଷା ହେଲେ ମଧ୍ୟ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥାଏ। ଜଳବନ୍ଦୀ ସମସ୍ୟା ନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ବୈଠକ କରିଥିଲେ। ବୈଠକରେ ବିଏମସି ଅଧିକାରୀଙ୍କ ସମେତ ଅଗ୍ନିଶମ, ପୁଲିସ, ଓଡ୍ରାଫ, ଟିପିସିଏଲ, ଏନଏଚଆଇ, ୱାଟକୋ ବିଭାଗର ବିଭାଗୀୟ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ। ସମସ୍ତ ବିଭାଗର ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ବିଏମସି କମିଶନର ଶ୍ରୀ କୁଲାଙ୍ଗେ କହିଥିଲେ। ଏହି ଅବସରରେ ବିଏମସି ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ୧୯୨୯ ବୋଲି ଜଣାପଡିଛି। ଯେଉଁଠି ଜଳବନ୍ଦୀ ସମସ୍ୟା ରହୁଛି ସେଠାରୁ ତୁରନ୍ତ ଜଳ ନିଷ୍କାସନ ପାଇଁ ବିଏମସି କମିଶନର ଶ୍ରୀ କୁଲାଙ୍ଗେ କହିଥିଲେ।

Related posts

ମାଓବାଦୀଙ୍କ ତାଣ୍ଡବ : ଜାଳିଦେଲେ ୧୪ଗାଡ଼ି    

mahabharatanews

କମନ୍ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

mahabharatanews

୧୬ରେ ନବୀନଙ୍କ ରୋଡ଼ ସୋ

mahabharatanews