ଖେଳଦେଶ ବିଦେଶ

ଟେଷ୍ଟ ଫର୍ମାଟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା

ଟେଷ୍ଟ କ୍ରିକେଟକୁ ବିସ୍ତାର କରିବା ପାଇଁ ବଡ଼ ଯୋଜନା କରୁଛି ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) । ରିପୋର୍ଟ ଅନୁଯାୟୀ, ବିସିସିଆଇ ଟେଷ୍ଟ ଫର୍ମାଟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି । ୧୯ ବର୍ଷରୁ କମ୍ ଏବଂ ୨୫ ବର୍ଷରୁ କମ୍ କ୍ରିକେଟ୍ ସମ୍ପର୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ତେବେ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିର୍ଦ୍ଦେଶକ ଭିଭିଏସ୍ ଲକ୍ଷ୍ମଣ ଏବଂ ତାଙ୍କ ଟିମ୍‌ ରେଡ୍‌ ବଲ୍ କ୍ରିକେଟ୍ ଉପରେ ମଧ୍ୟ ଅଧିକ ଧ୍ୟାନ ଦେବେ ।

୨୦୨୪ ଏବଂ ୨୦୨୫ରେ ନିଜ ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ଭାରତ ହାରିବା ପରେ ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସି ଭିଭିଏସ ଲକ୍ଷ୍ମଣଙ୍କ ନେତୃତ୍ୱରେ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ଯାହାଦ୍ୱାରା କି ବୈଭବ ସୂର୍ଯ୍ୟବଂଶୀ ଏବଂ ଆୟୁସ ମ୍ହାତ୍ରେଙ୍କ ଭଳି ଯୁବ ଖେଳାଳୀ ଜୁନ-ଜୁଲାଇରେ ହେବାକୁ ଥିବା ଇଂଟର ସିଇଓ ଟୁର୍ଣ୍ଣାମେଂଟରେ ୪ ଦିନିଆ ପାଇଁ ଲାଲ ବଲ ମ୍ୟାଚ ଖେଳିବେ । ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସ ଚଳିତ ବର୍ଷ ଜୁନ୍ ଏବଂ ଜୁଲାଇରେ ଏକ ଆନ୍ତଃ-COE ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା କରୁଛି । ଏହାର ଅର୍ଥ ହେଉଛି ଆଇପିଏଲ୍ ୨୦୨୬ ସମାପ୍ତ ହେବା ପରେ ତୁରନ୍ତ ରେଡ୍‌ ବଲ୍ କ୍ରିକେଟ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୪-ଦିନିଆ ମ୍ୟାଚ୍ ରହିବ । ଏହାର ଉଦ୍ଦେଶ୍ୟ ହେଉଛି ରେଡ୍‌ ବଲ୍‌ ଫର୍ମାଟ୍ ପାଇଁ ସୁପରଷ୍ଟାର ଖେଳାଳି ତିଆରି କରିବା, ଯେଉଁମାନେ ଭବିଷ୍ୟତରେ ଭାରତକୁ ପ୍ରତିନିଧିତ୍ୱ କରିପାରିବେ ।

ଏହି ଯୋଜନା ଅନୁଯାୟୀ ୬୪ ଜଣ କ୍ରିକେଟରଙ୍କୁ ବଛାଯିବ ଏବଂ ପରେ ସେମାନଙ୍କୁ ୧୬ ଜଣିଆ ୪ଟି ଦଳରେ ବିଭକ୍ତ କରାଯିବ । ପ୍ରତ୍ୟେକ ଦଳକୁ CoE ରେ ଦୁଇଟି ଲେଖାଏଁ ୪ ଦିନିଆ ଲାଲ୍ ବଲ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିବ । ଖେଳାଳିମାନଙ୍କୁ ଭଲ ଅଭ୍ୟାସ ଦେବା ପାଇଁ ଅଲଗା ଅଲଗା ପ୍ରକାରର ପିଚ୍ ମଧ୍ୟ ପ୍ରସ୍ତୁତ କରାଯିବ । ଯଦି ଏହି ସମସ୍ତ ଖେଳାଳି ଫିଟ୍ ରୁହନ୍ତି, ତେବେ ସେମାନଙ୍କୁ ମିଶାଇ ୬୪ ଜଣିଆ ତାଲିକା ପୂରଣ ହେବ । ବିସିସିଆଇ ସୂତ୍ରରୁ ପ୍ରକାଶ ଯେ, ଭାରତର ‘ଏମର୍ଜିଙ୍ଗ ଟିମ୍’ରେ କେବଳ ଅଣ୍ଡର-୨୫ ଖେଳାଳି ରହିବେ ଏବଂ ସେମାନେ ‘ଇଣ୍ଡିଆ-ଏ’ ଦଳ ସହ ମଧ୍ୟ ଗସ୍ତ କରିବେ । ସିନିୟର ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରି ଏହି ପୂରା ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ ।

Related posts

କାଲି ପାଳିଥିଲେ ଜନ୍ମଦିନ, ଆଜି ଚାଲିଗଲା ଜୀବନ…

mahabharatanews

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

mahabharatanews

ସନରାଇଜର୍ସ ହାଇଦ୍ରାବଦରେ ଭୁବନେଶ୍ୱରଙ୍କ ସ୍ଥାନ ନେଲେ ପୃଥ୍ୱୀରାଜ ୟାରା

mahabharatanews