ଖେଳ

ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ହେଲା କାଳ

ଖେଳ ହେଲା କାଳ । ଝିମିଟି ଖେଳରୁ ମହାଭାରତ ସୃଷ୍ଟି ଭଲି ଏକ ଫୁଟବଲ ମ୍ୟାଚରେ ଗଡିଗଲା ଶହେ ଜଣଙ୍କ ମୁଣ୍ଡ । ରବିବାର ଗିନିଆ ଜେରିକୋରେ ଏକ ଫୁଟବଲ ମ୍ୟାଚ ଚାଲିଥିଲା । ମ୍ୟାଚ୍ ବେଳେ ରେଫରୀଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁଁ ଗ୍ୟାଲେରୀରେ ବସିଥିବା ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ଲୋକ ଅଚାନକ ମ୍ୟାଚ ଭିତରକୁ ପଶି ଆସିଥିଲେ । ଚାହୁଁଚାହୁଁ ନିମିଶକ ମଧ୍ୟରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା । ଆରମ୍ଭ ହୋଇ ଯାଇଥିଲା ହିଂସାତ୍ମକ ସଂଘର୍ଷ । ଯେଉଁଥିରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣାପଶ୍ଚିମ ଆଫ୍ରିକୀୟ ଦେଶ ଗିନିଆରେ ଦେଖିବାକୁ ମିଳିଛି । ଏବେ ହସ୍ପିଟାଲରେ ଶହଶହ ମୃତଦେହ ପଡ଼ି ରହିଥିବା ନେଇ ସୂଚନା ମିଳିଛି । ଜେରିକୋର ହସ୍ପିଟାଲରେ ମୃତଦେହ ରଖିବାକୁ ଜାଗା ଅଭାବ ପଡ଼ିଥିବା ନେଇ ରିପୋର୍ଟ ଆସୁଛି ।

Related posts

ପରଲୋକରେ ବର୍ଷୀୟାନ ସନ୍ତୋଷ ଟ୍ରଫି ଖେଳାଳି ଇ ହାମସାକୋୟା

mahabharatanews

୨୦୨୮ରୁ ଆରମ୍ଭ ହେବ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସରେ କ୍ରିକେଟ୍ ଇଭେଣ୍ଟ

mahabharatanews

ଓଡ଼ିଶା କ୍ରିକେଟ୍‌ ଦଳର ଦ୍ରୁତ ବୋଲର ଆଶୁତୋଷ ଛୁରିଆ ଜାତୀୟ କ୍ରିକେଟ୍‌ ଏକାଡେମୀ (ଏନ୍‌ସିଏ)ରେ ପ୍ରଶିକ୍ଷଣ ପାଇବାକୁ ମନୋନୀତ

mahabharatanews