ଓଡିଶା

ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ

ବଲାଙ୍ଗିର : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଅଘଟଣ । ଏମବିବିଏସ୍ ଛାତ୍ରଙ୍କ ହଷ୍ଟେଲ ଛାତରୁ ଖସି ପଡି ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ଛାତ୍ର ଜଣକ ହେଉଛନ୍ତି ହରିଆଣାର ନିଶାନ୍ତ କୁମାର । ସେ ପ୍ରଥମ ବର୍ଷ ମେଡିକାଲ ଛାତ୍ର୍ ହୋଇଥିବା ସୂଚନା ରହିଛି । ଅପରାହ୍ନରେ ଭୋଜନ କରିଥିଲେ । ମୃତକ ହରିୟାଣାର ନିବାସୀ ଥିଲେ ଏବଂ ମେଡିକାଲ କଲେଜର ନ୍ୟୁ ଏବଜ୍‌ ହଷ୍ଟେଲରେ ରହୁଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଛାତ ଉପରକୁ କାହିଁକି ଯାଇଥିଲେ। ସେ ଯେତ‌େବେଳେ ଛାତ ଉପରକୁ ଯାଇଥିଲେ, ଅନ୍ୟମାନେ କେମିତି ଜାଣିପାରିଲେ ନାହିଁ, ଏବାବଦରେ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ପାହିଁ। ହଷ୍ଟେଲର ସାତ ମହଲା କୋଠାରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହା ଆତ୍ମହତ୍ୟା ନା ଅଘଟଣ ଏଯାଏ ସ୍ପଷ୍ଟ ହୋଇନି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Related posts

ଚାଉଳ ହେରଫେରକୁ ନେଇ ମିଥ୍ୟା ଅଭିଯୋଗ

mahabharatanews

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

mahabharatanews

mahabharatanews