ଅପରାଧ

ସିଏଏ ବିରୋଧକୁ ଉସକାଉଥିବା ଏକ ଆତଙ୍କୀ ଦମ୍ପତି ଗିରଫ

ନୂଆଦିଲ୍ଲୀ: ସିଏଏ ବିରୋଧର ପଛରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଲିଙ୍କ ରହିଛି । ଦିଲ୍ଲୀ ପୁଲିସର ସ୍ପେସାଲ ସେଲ ରବିବାର ଓଖଲାର ଜାମିଆ ନଗରରେ ଚଢାଉକରି ଏକ ଦମ୍ପତିଙ୍କୁ ଗିରଫ କରାଯିବ । ଏହି ଦମ୍ପତିଙ୍କର ଆଫଗାନିସ୍ତାନର ଇସଲାମିକ ଷ୍ଟେଟ ଅଫ ଖୋରାସନ ସହ ସମ୍ପର୍କ ରହିଛି । ଏମାନେ ଦେଶରେ ଏକ ବଡ ଧରଣରୁ ଆକ୍ରମଣ ପାଇଁ ମସୁଧା କରୁଥିଲେ । ଏହି ଦୁଇଜଣ ସିଏଏ ବିରୋଧରେ ସାହିନବାଗ ଓ ଜାମିଆ ଅଞ୍ଚଳର ଯୁବକଙ୍କୁ ପ୍ରୋତ୍ସାହିତ କରୁଥିଲେ ।

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଡିସିପି ପ୍ରମୋଦ ସିଂହ କୁଶବାହାଙ୍କ ମୁତାବକ, ଆରୋପୀ ଦମ୍ପତିଙ୍କ ନାମ ଜହାଁଜେବ ସାମୀ ଓ ହିନା ବଶୀର ବେଗ । ଗତ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ପରେ ସେମାନେ ଶ୍ରୀନଗରରୁ ଦିଲ୍ଲୀ ପଳାଇ ଯାଇଥିଲେ । ପୁଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ବୈଦ୍ୟୁତିକ ଉପକରଣ, ଜିହାଦି ବିଚାରଧାରାକୁ ଉଗ୍ର କରିବା ପାଇଁ ଉତ୍ତେଜକ ପୁସ୍ତକ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । କୁଶାବାହା କହିଛନ୍ତି, ଏହି ଦୁଇଜଣ ସାହିନବାଗ ଓ ଜ।।ମିଅ।। ଅଞ୍ଚଳରେ ହୋଇଥିବା ସିଏଏ ବିରୋଧୀ ପ୍ରଦର୍ଶାନରେ ତିନି ମ।।ସ ଧରି ସକ୍ରିୟ ରହିଥିଲେ । ଉଭୟ ଲଗାତର ସୋସିଆଲ ମିଡିଆ ଓ ହ୍ୱାଟ୍ସଆପ କଲିଂ ଜରିଆରେ ଇସଲାମିକ ଷ୍ଟେଟ ସହ ସମ୍ପର୍କ ରଖୁଥିଲେ ।

Related posts

ପୁଅ ଆଶାରେ ୫ କନ୍ୟା ସନ୍ତାନଙ୍କ ବାପାର ଦ୍ୱିତୀୟ ବିବାହ ବିଫଳ

mahabharatanews

ବନ୍ଧୁକ ମୁନରେ ୬ ଲକ୍ଷ ଟଙ୍କା ଲୁଟିନେଲେ

mahabharatanews

ଆତଙ୍କବାଦୀ ପଣ୍ଡିଂ ମାମଲା: ହାଫିସ ବିରୋଧରେ ଦୋଷ ସାବ୍ୟସ୍ତ ହେଲା ନାହିଁ

mahabharatanews