ଅପରାଧ

ଧଳା ଜହର ବେପାର କରି ଜଣେ ମହିଳା ଅଟକ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପାଲଟିଛି ବ୍ରାଉନସୁଗାର ବେପାରର ହବ୍ । ପ୍ରାୟ ପ୍ରତ୍ୟେକ ଦିନ ଏହି ଅଞ୍ଚଳରେ ଧଳା ଜହର ବେପାର ଚାଲୁ ରହିଛି । ତେବେ ଏମାନଙ୍କ ଉପରେ ବାରମ୍ବାର ଚଢାଉ ଜାରି ରଖିଛି ସ୍ଥାନୀୟ ପୋଲିସ ଅବକାରୀ ବିଭାଗ ଏବଂ ଏଯିଏଫର ମିଳିତ ଟିମ । ପୁଣି ଏହି ଅଞ୍ଚଳରୁ ଜବତ କରାଯାଇଛି ବିପୁଳ ପରିମାଣର ବ୍ରାଉନସୁଗାର । ସ୍ଥାନୀୟ ରାଜପୁର ବସ୍ତି ପୋଲିସ ଏବଂ ଅବକାରୀ ବିଭାଗର ଏକ ମିଳିତ ଟିମ ଚଢାଉ କରି ଏସବୁ ଜବତ କରିଛି । ଏହି ଚଢାଉରେ ୨ କେଜିରୁ ଅଧିକ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତ କିଛି ଦିନ ଧରି ଏହି ଅଞ୍ଚଳର ଏସଟିଏଫ ଏବଂ ପୋଲିସ ଦ୍ୱାରା ଛୋଟ ବେପାରୀମାନେ ଧରା ପଡୁଥିଲେ । କିନ୍ତୁ ଏବେ ବଡ ଶିକାର ଖୋଜୁଛି ଅବକାରୀ ବିଭାଗ । ରାଜପୁର ବସ୍ତି ଉପରେ ଅବକାରୀ ଓ ଜଳେଶ୍ୱର ପୋଲିସର ମିଳିତ ଚଢାଉ କରାଯାଇ ଦୁଇ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ସହ ବିପୁଳ ପରିମାଣ ଟଙ୍କା ଜବତ ସହିତ ଜଣେ ମହିଳା ଓ ଜଣେ ପୁରୁଷକୁ ଅଟକ କରିଛି ବିଭାଗ ।


ଏହି ଚଢାଉ ସମୟରେ ମୁହାଁମୁହିଁ ହୋଇଥିଲେ ବ୍ରାଉନସୁଗାର ବେପାରୀ ଏବଂ ପୋଲିସ କର୍ମୀ । ତେବେ ଶେଷରେ ଦୁଇଜଣଙ୍କୁ ଗିରଫ କରି ଅଟକ ରଖିଛି ପୋଲିସ । ଏମାନଙ୍କ ମଧ୍ୟରେ ଆମିନା ବିବି ନାମକ ଜଣେ ମହିଳା ଏବଂ ସେକ ରଫିକ ଜଣେ ଯୁବକକୁ ଗିରଫ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଦୁଇ କୋଟି ଟଙ୍କାରୁ ଉଦ୍ଧ୍ୱର୍ ହେବ ବୋଲି ଅନୁମାନ କରାଯାଉଛି ।

Related posts

ବାପାକୁ ପିଟି ପିଟି ହତ୍ୟା କଲା ପୁଅ

mahabharatanews

ଲାଞ୍ଚ ମୁହାଁ ସରକାରୀ କର୍ମଚାରୀ: ପୁଣି ଜଣେ କିରାଣୀ ଗିରଫ

mahabharatanews

ବହୁ ଚର୍ଚ୍ଚିତ କୁଶକିଳା ଡବଲ ମଡ଼ର ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲା କୋର୍ଟ

mahabharatanews

Leave a Comment