ଦୁର୍ଘଟଣାଦେଶ ବିଦେଶବିଶ୍ୱଭାରତଯୋଗାଯୋଗ

ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁର୍ଘଟଣା ଗସ୍ତ ହେଲା ଟ୍ରେନିଂ ବିମାନ ।

ପୋଖରୀରେ ଖସିପଡିଲା ବିମାନ । ଅଳ୍ପକେ ଟଳିଗଲା ବଡ ଅଘଟଣ । ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଏକ ବଢ ଅଘଟଣ ଘଟିଛି ଯେଉଁଥିରେ ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିଦ୍ୟାବାହିନୀ ସ୍କୁଲ ପାଖରେ ଥିବା ଏକ ପୋଖରୀରେ ଖସି ପଡିଥିବା ଦେଖିବାକୁ ମିଳିଥିବାବେଳେ ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏବଂ ତୁରନ୍ତ ସେନା ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହା ପରେ ଉଦ୍ଧାର କାର‌୍ୟ୍ୟ ଆରମ୍ଭ ହୋଇଥିଲା । କୁହାଯାଉଛି ବିମାନରେ କିଛି ଲୋକ ଥିଲେ। ଉଦ୍ଧାରକାରୀ ଦଳ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିବାବେଳେଏକ ସେନା ହେଲିକପ୍ଟର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଘଟଣାସ୍ଥଳଟି ସପୂର୍ଣ୍ଣ ନିଆଁ ଦ୍ୱାରା ଘେରି ରହିଥିଲା। ତେଣୁ, କୌଣସି ଦଳ ବିମାନ ପାଖରେ ପହଞ୍ଚି ପାରି ନଥିଲା। ସୂତ୍ର ଅନୁଯାୟୀ, ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ତିନି ଜଣ ଲୋକ ପାରାଚୁଟ୍ ସାହାଯ୍ୟରେ ଡେଇଁ ପଡ଼ିଥିଲେ। ସେମାନେ ପୋଖରୀରେ ପଡ଼ିବା ସହ ଫସି ଯାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିମାନରେ କେତେ ଲୋକ ଥିଲେ ଓ ଦୁର୍ଘଟଣା କିପରି ଘଟିଲା ତାହାର ସଠିକ କାରଣ ଏପର‌୍ୟ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ତାହାର ତଦନ୍ତ କରାଯାଉଛି।

Related posts

ଅଷ୍ଟ୍ରେଲିଆକୁ ୧୧ ଯୁଦ୍ଧଜାହାଜ ଦେବ ଜାପାନ

mahabharatanews

ମହାରାଷ୍ଟ୍ରରେ ପୁଣି କରୋନା ସଂକ୍ରମଣ ଚିହ୍ନଟ 

mahabharatanews

ରଜନୀକାନ୍ତ ଭଳି ପୋଜ୍ ଦେଲେ ଧୋନି

mahabharatanews