ଅପରାଧ

୫ ହଜାର ଟଙ୍କା ନେଇ ଭିଜିଲାନ୍ସ କାବୁରେ ମୁରିବାହାଲ ବ୍ଲକ ଏବିଇଓ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ କାବୁ କରି ନେଇଛି ରାଜ୍ୟ ଦୁର୍ନୀତି ନିର୍ବାରଣ ବିଭାଗ । ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ୫ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ କାବୁ କରି ନେଇଛି । ଦାସଙ୍କ ନାମରେ ଅଭିଯୋଗକାରୀଙ୍କ ଅଭିଯୋଗ ପରେ ତାଙ୍କୁ ଧରିବାକୁ ଜାଲ ବିଛାଇଥିଲା ଭିଜିଲାନ୍ସ ।
ସମ୍ବଲପୁର ଭିଜିଲାନ୍ସ ନିକଟରେ ଅଭିଯୋଗକାରୀ ଦେବରାଜ ଦାସଙ୍କ ନାମରେ ଅଭିଯୋଗ କରିଥିଲେ । ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ କି, ୨୦୧୮ରେ ତାଙ୍କ ନାମରେ ହୋଇଥିବା ଏକ ଅଭିଯୋଗରେ ହୋଇଥିବା ତଦନ୍ତ ତାଙ୍କ ସପକ୍ଷରେ କରାଇଦେବାକୁ ଦାସ ଅଭିଯୋଗକାରୀଙ୍କୁ ୫ ହଜାର ଟଙ୍କା ମାଗିଥିଲେ । ଏହାକୁ ନେଇ ସେ ଦାସଙ୍କ ନାମରେ ଭିଜିଲାନ୍ସରେ ଫେରାଦ ଦେଇଥିଲେ ।

 

Related posts

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

mahabharatanews

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

mahabharatanews

ରମାଦେବୀ ଛାତ୍ରୀଙ୍କ ମୃତଦେହ ଯାଜପୁରରୁ ଉଦ୍ଧାର

mahabharatanews