ଅପରାଧ

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

(ଜୟନ୍ତ କୁମାର ସେଠୀ)ଗୋପ: ପୁରୀରେ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇ ଥିବା ଅଭିଯୋଗ ହୋଇଛି। ୪ ଜଣ ପୋଲିସ କର୍ମଚାରୀ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ତେବେ ଘଟଣା ଜଣା ପଡିବା ପରେ ପୁରୀ ଏସପି ନିଜେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଭିଯୁକ୍ତ ଜଣେ କନେଷ୍ଟବଳ କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି। ତାଙ୍କ ନାଁ ଜିତେନ୍ଦ୍ର ସେଠି। ସେ ଏବେ ଚାକିରୀ ରୁ ସସପେଣ୍ଡ ଥିବା ଜଣାପଡିଛି। ତେବେ ପୋଲିସ କର୍ମଚାରୀ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଦୋଷୀ ବିରୋଧ ରେ କଠୋର କାର୍ୟ୍ୟାନୁଷ୍ଠାନ ନେଇ ଦାବି ଜୋର ଧରିଛି। ପିଡିତା ଅଭିଯୋଗ କରିଛନ୍ତି ସେ ଗତକାଲି ୨ ଟା ବେଳେ ନିମାପଡା ରେ ତାଂକ ଘର କାକଟପୁର ଯିବା ପାଇଁ ବସ କୁ ଅପେକ୍ଷା କରିଥିଲେ। ଏହି ସମୟ ରେ ଅଭିଯୁକ୍ତ ଜିତେନ୍ଦ୍ର ନିଜର ପୋଲିସ ପରିଚୟ ପତ୍ର ଦେଇ ତାଙ୍କୁ ସାହାଯ୍ୟ ପାଇଁ କହିଥିଲେ। ତେବେ ସେ ମନା କରିଥିଲେ ମଧ୍ୟ ବିଶ୍ୱାସ ଜନ୍ମାଇ ତାଙ୍କୁ ଏକ କାର ରେ ଆଣି ଥିଲେ। ତେବେ କାକଟପୁର ନ ନେଇ ସେ ତାଙ୍କୁ ପୁରୀ ଆଣି ଥିଲେ। ପୋଲିସ ଲାଇନ ନିକଟରେ ଥିବା ପୋଲିସ କ୍ୱାର୍ଟର ରେ ତାଙ୍କୁ ଜିତେନ୍ଦ୍ର ଦୁଷ୍କର୍ମ କରିଥିଲେ। ସେ ପାଟି କରିବାରୁ ଅନ୍ୟ ମାନେ ଖସି ଯାଇ ଥିଲେ। ତେବେ ଜିତେନ୍ଦ୍ର ପ୍ରଚୁର ମଦ୍ୟ ପାନ କରି ବେହୋସ ହୋଇ ଯିବା ପରେ ସେ ଝରକା ପଟେ ଡାକ ପକାଇଲେ। କିଛି ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ତେବେ ସେ ଜିତେନ୍ଦ୍ର ଙ୍କମନୀ ପ୍ରସ ସାଙ୍ଗରେ ଆଣିଥିଲେ। ଯେଉଁ ଥିରେ ତାଙ୍କର ସମସ୍ତ ପରିଚୟ ପତ୍ର ରହିଛି।

Related posts

ବୀରମିତ୍ରପୁର ଆଇଆଇସି ଚାକିରୀରୁ ବହିଷ୍କୃତ

mahabharatanews

ଭିଜିଲାନ୍ସ ଜାଲରେ ଝାରବନ୍ଧ ବନବିଭାଗ ଫରେଷ୍ଟର

mahabharatanews

ଏସପି ଅଫିସ ସମ୍ମୁଖରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews