Accidentଓଡିଶା

ଗଛକୁ ପିଟିଲା କାର୍‌; ଶିକ୍ଷୟିତ୍ରୀ ମୃତ, ୩ ଗୁରୁତର

ପାଟଣାଗଡ଼ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମୁଣ୍ଡଦର୍ହ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ମୃତକ ହେଉଛନ୍ତି ପୂର୍ଣ୍ଣିମା ମିଶ୍ର । ତେନ୍ତୁଳିମୁଣ୍ଡା ଗାଁର ଜୟରାମ ମେହେର ହାଇସ୍କୁଲରୁ ପାଠ ପଢା ସାରି ୨ଜଣ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ମିଶ୍ର ଓ ମମତା ଭୋଇ ଏବଂ ୨ ଜଣ ଶିକ୍ଷକ ମନୁ ମେହେର ଓ ବିଷ୍ଣୁ ମେହେର ଏକ କାରରେ ଘରକୁ ଫେରୁଥିଲେ। ସେହି ସମୟରେ ମୁଣ୍ଡୋଦର୍ହ ଗାଁ ନିକଟରେ କାରଟି ଭରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା।

ଫଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପୂର୍ଣ୍ଣିମା ମିଶ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଗୁରୁତରଙ୍କୁ ବଲାଙ୍ଗୀର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

Related posts

୨୯୧ରୁ ୪୨ ଜଣ ପ୍ରବାସୀ ହୋମ୍ କ୍ୱାରେଣ୍ଟାଇଂନରେ

mahabharatanews

ଆଉ ୪ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

mahabharatanews

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତଳିକା ଦାହ

mahabharatanews