ଭାରତମନୋରଞ୍ଜନ

ଦିଲ୍ଳୀପ କୁମାର କହିବାରୁ ଗୋବିନ୍ଦା ଫେରାଇ ଦେଇଥିଲେ ୨୫ ଫିଲ୍ମର ସାଇନିଂ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ କିଏ ବା ନଜାଣେ । ତାଙ୍କ ଅଭିନୟ ଓ ଡ୍ୟାନ୍ସ ସମସ୍ତେ ପସନ୍ଦ କରିଥାନ୍ତି ।  ସେ  ଜଣେ ଦମଦାର ହିରୋ ଭାବେ ପରିଚିତ  । ଆଜି ବି ତାଙ୍କର ପ୍ରଶଂସକଙ୍କ ଲମ୍ବା ଲାଇନ ରହିଛି । ସେତେବେଳେ ଗୋବିନ୍ଦାଙ୍କ ହାତରେ ଏତେ ଫିଲ୍ମ ଥିଲା ଯେ ବଲିଉଡରେ ତାଙ୍କୁ ଇର୍ଷା କରୁଥିଲେ । ସେତେବେଳେ ଗୋବିନ୍ଦାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ସେତେବେଳେ ସେ ୭୫ ଫିଲ୍ମରେ ସାଇନ କରିସାରିଥିଲେ । ସେତେବେଳେ ଦିଲ୍ଲୀପ କୁମାର ତାଙ୍କୁ ୨୫ ଫିଲ୍ମର ସାଇନିଂ ଟଙ୍କା ଫେରାଇ ଦେବାକୁ କହିଥିଲେ ।

ହେଲେ ଗୋବିନ୍ଦା ସେ ସବୁ ଟଙ୍କା ଖର୍ଚ୍ଚ କରି ଦେଇଥିବା କହିଥିଲେ । ହେଲେ ଦିଲ୍ଲୀପଜୀ କହିଥିଲେ ‘ଭଗବାନ ଚାହିଁଲେ ସେ ସେହି ଟଙ୍କା ମଧ୍ୟ ରୋଜଗାର କରିଦେବେ ।’ ମୁଁ ତାଙ୍କ କଥା ମାନି ୨୫ ଫିଲ୍ମ ଡ୍ରପ୍‌ କରିଦେଇଥିଲି । ପରେ ମୁଁ ବହୁତ ରୋଗରେ ପଡ଼ିଯାଇଥିଲି । ମେଡିକାଲ ଦୌଡି ଦୌଡି ମୁଁ ଫିଲ୍ମ ସୁଟିଂ କରୁଥିଲି । ଦିନରେ ୩/୪ ସିପ୍ଟ ସୁଟିଂ କରୁଥିଲି । ପ୍ରାୟ ୧୬ ଦିନ ଯାଏ ମୁଁ ଶୋଇ ପାରି ନଥିଲି । ପରେ ମୁଁ ବୁଝିଥିଲି ଯେ ଦିଲ୍ଲୀପଜୀ ଠିକ୍‌ କହିଥିଲେ ।

କ୍ୟାରିଅରର ୧୪ ବର୍ଷ ମୋର ଖୁବ ଭଲ ଚାଲିଥିଲା । ତେବେ ହଠାତ୍‌ ମୋର ବିରୋଧୀ ହୋଇଗଲେ । ବହୁ ଦିନ ଧରି ମୁଁ କିଛି କାମ ପାଇ ନଥିଲି । ଏ ସମୟରେ ଇଣ୍ଡଷ୍ଟ୍ରିର ବହୁ ଲୋକ ଜ୍ୟୋତିଷ, ଅଂକ ଜ୍ୟୋତିଷ,ବାସ୍ତୁ ଆଦିର ସହାୟତା ନେଇଥାନ୍ତି । ହେଲେ ମୁଁ ଜାଣିଛି ଏହା ଭଗବାନଙ୍କର ତରିକା । ଆପଣଙ୍କୁ ଆପଣଙ୍କ ସ୍ଥିତିକୁ ମନେ ପକାଇ ଦିଅନ୍ତି । ତେଣୁ ମୁଁ ଏହା ଉପରେ ରିଆକ୍ଟ କରେ ନାହିଁ ।

 

Related posts

ହରିୟାଣା ହିଂସାକାଣ୍ଡ :  ୧୪୪ ଧାରା ଲାଗୁ ସହ  ୨ ଦିନ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

mahabharatanews

ବଦଳିବ ‘ଆଲିଗଡ଼’ର ନାମ

mahabharatanews

ଆଜି ତେଲେଙ୍ଗାନା ନିର୍ବାଚନ; ଲାଇନରେ ସାଉଥ୍‌ ସୁପର୍‌ଷ୍ଟାର୍

mahabharatanews

Leave a Comment