ଅପରାଧଓଡିଶା

ଏଣିକି ରାସ୍ତାରୁ ପିଚୁ ଖୋଳିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର : ନିର୍ମାଣ କରାଯାଉଥିବା ପିଚୁ ରାସ୍ତାକୁ ମାସକ ଭିତରେ କୈାଣସି ବ୍ୟକ୍ତି ଖୋଳିପାରିବେ ନାହିଁ । ଯେଉଁ ବ୍ୟକ୍ତି ନିୟମକୁ ଅବମାନନା କରିବେ, ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟନୁଷ୍ଠାନ ।  ଏଭଳି ସତର୍କ କରାଇ ଦେଇଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ପ୍ରଦୀପ କୁମାର ସାମଲ । ପିଚୁ ରାସ୍ତା ତିଆରି ହେବାର କିଛି ଦିନପରେ ଲୋକମାନେ ନିମ୍ନମାନର କାର୍ଯ୍ୟ କହି ରାସ୍ତାକୁ  ହାତରେ ଖୋଳି ଦେଉଛନ୍ତି । ଯାହା ଏକ ଲୋକଙ୍କର ଅଭ୍ୟାସରେ ପରିଣତ ହୋଇସାରିଛି । ଯଦି ରାସ୍ତା ନିମ୍ନମାନର ବୋଲି ନଜର ଆସେ, ତୁରନ୍ତ ତାର ମାନ ଯାଞ୍ଚ କରାଯିବ । ଏହାସହିତ ଠିକାଦାରଙ୍କ ନିଜସ୍ୱ ଖର୍ଚ୍ଚରେ ନିର୍ମାଣ ଓ ମରାମତି କରାଯିବ ବୋଲି ଏକ ପ୍ରେସ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଅନ୍ୟପଟେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ବିଜ୍ଞପ୍ତିକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ ।

Related posts

୨୦୨୪ରେ ଲୋକସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ପାଟଣାବ୍ଲକ ଚେମଣା ପଞ୍ଚାୟତରେ ଆଉ ୨ କରୋନା ଚିହ୍ନଟ

mahabharatanews

ଶାଶୁକୁ ବୋହୁର ଥପ୍ପଡ ଉପରେ ଥପ୍ପଡ

mahabharatanews