ଓଡିଶା

୯ରେ କେରଳ ଛୁଇଁବ ମୌସୁମୀ ,ରଜ ସୁଦ୍ଧା ଓଡିଶା

(ଭୁବନେଶ୍ୱର) : ଏଥର ବର୍ଷାରେ ଭିଜିବ ଓଡ଼ିଶା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପାଇଁ ପାଗ ଅନୁକୂଳ ରହିଛି । ଖୁବ ଶୀଘ୍ର କେରଳ ଛୁଇଁବ ମୌସୁମୀ । ତେବେ ଜୁନ୍ ୯ ସୁଦ୍ଧା କେରଳ ଛୁଇଁବ  । ତେବେ ଏହି କ୍ରମରେ ରଜ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ସୂଚନାନୁଯାୟୀ ,  ଆରବ ସାଗରରେ ବାତ୍ୟା ‘ବିପର୍ଯ୍ୟୟ’ ସିଭିୟର ସାଇକ୍ଲୋନିକ ଟର୍ମ ରୂପ ନେଉଛି ।  ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି । ଆରବ ସାଗରରେ ସୃଷ୍ଟି ବାତ୍ୟାକୁ ନେଇ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା କୁହାଯାଉଛି । ଆରବ ସାଗରରେ ଅତି ଭୀଷଣ ବାତ୍ୟାର ରୂପ ନେଇଛି ସାମୁଦ୍ରିକ ଝଡ଼ ‘ବିପର୍ଯ୍ୟୟ’ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଓମାନ ଆଡକୁ ମୁହାଁଇପାରେ ବୋଲି କୁହାଯାଇଛି ।

Related posts

‘ସାବାସ ତେଲେଙ୍ଗାନା ପୁଲିସ୍ , ମୋର ଅଭିନନ୍ଦନ

mahabharatanews

ରାଜ୍ୟ ବଢିବ ବର୍ଷା ; ୱାର୍ଣ୍ଣିଂ ଜାରି

mahabharatanews

ତହସିଲଦାରଙ୍କ ଅଚାନକ ଚଢଉ ବାଲି ବୋଝେଇ ଟ୍ରାକ୍ଟର ଜବତ

mahabharatanews