ମନୋରଞ୍ଜନ

ଫିଲ୍ମ ‘ଆଦିପୁରୁଷ’ପାଇଁ ମନୋଜଙ୍କୁ ଜବାବ ମାଗିଲେ କୋର୍ଟ

(ମୁମ୍ବାଇ) : ଫିଲ୍ମ ‘ଆଦିପୁରୁଷ’ ପାଇଁ ବିବାଦୀୟ ସଂଳାପ ଲେଖି ଫସିଲେ ଲେଖକ ମନୋଜ ମୁନ୍ତାଶିର। ନିର୍ମାତାଙ୍କ ସହ ମନୋଜଙ୍କୁ ତାଗିଦ କଲେ ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବିରୋଧ କରି ଏକ ପିଟିସନ ଦାଖଲ ହୋଇଥିବା ବେଳେ ଏହାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ନିର୍ମାତାମାନଙ୍କୁ ତାଗିଦ କରିଥିବା କୁହାଯାଉଛି।

ସୂଚନାନୁଯାୟୀ , ଶୁଣାଣି ସମୟରେ କୋର୍ଟ ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିର ଶୁକ୍ଲାଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି। ଏହା ସହିତ ମନୋଜ ମୁନ୍ତାଶିରଙ୍କୁ ଏକ ସପ୍ତାହ ମଧ୍ୟରେ ତାଙ୍କ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫିଲ୍ମରେ ଥିବା ସଂଳାପକୁ ନେଇ କୋର୍ଟ କହିଛନ୍ତି ଯେ, ‘ଏହି ଚଳଚ୍ଚିତ୍ରରେ ବ୍ୟବହୃତ ସଂଳାପ ଏକ ବଡ଼ ପ୍ରସଙ୍ଗ। ରାମାୟଣ ଲୋକଙ୍କ ପାଇଁ ଏକ ଉଦାହରଣ, ରାମାୟଣ ପୂଜନୀୟ। ଆଜି ବି ଲୋକମାନେ ରାମଚରିତମାନସ ପଢ଼ିବା ପରେ ଘରୁ ବାହାରନ୍ତି। ଏପରି ପରିସ୍ଥିତିରେ, କିଛି ଜିନିଷକୁ ଏଭଳି ଦେଖାଇବା ଉଚିତ୍ ନଥିଲା।

 

 

Related posts

ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ତମନ୍ନା ଭାଟିଆ ଏବଂ ବିଜୟ ବର୍ମା

mahabharatanews

ମହଙ୍ଗା ପଡିବ ନିର୍ଦ୍ଦେଶକଙ୍କ ମନ୍ଦିର ଗେଲ

mahabharatanews

‌ଅଗଷ୍ଟ ୧୧ରେ ପରଦାକୁ ଆସିବ ଖିଲାଡି ହିରୋଙ୍କ ଫିଲ୍ମ  ‘ଓଏମ୍‌ଜି ୨’

mahabharatanews