(ମୁମ୍ବାଇ) : ଆଦିପୁରୁଷର ଟିଜର ରିଲିଜ୍ ପରଠାରୁ ବିଭିନ୍ନ କାରଣ ପାଇଁ ବିବାଦରେ ରହି ଆସିଛି ଏହି ଫିଲ୍ମ। ଏବେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ମନ୍ଦିରରେ ଅଭିନେତ୍ରୀଙ୍କ କ୍ରିତି ସାନୋନଙ୍କୁ ଚୁମ୍ବନ ଦେଇ ଓମ୍ ବିବାଦୀୟ ହୋଇପଡ଼ିଛନ୍ତି।
ସୂଚନାନୁଯାୟୀ , ତିରୁପତିରେ ଗତକାଲି ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଇଭେଣ୍ଟ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ। ଏହି ସମୟରେ ମନ୍ଦିର ପରିସରରେ ଓମ୍ ରାଉତ୍ କ୍ରିତିଙ୍କ ଗାଲକୁ ଚୁମ୍ବନ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ଏଭଳି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପସନ୍ଦ କରୁନଥିବା ଦେଖାଯାଇଛି। ମନ୍ଦିର ଭିତରେ ଏଭଳି ଚୁମ୍ବନ ଦେବାକୁ ଲୋକେ ପସନ୍ଦ କରୁନାହାନ୍ତି।