ଓଡିଶା

ରାଜ୍ୟରେ ବଢିବ ଶୀତ

(ଭୁବନେଶ୍ୱର) : ଆଜି ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗର ପ୍ରଭାବ‌ ଓଡ଼ିଶା ଉପରେ ରହିବ। ଫଳ‌ରେ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ଗଜପତି ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବ।

ସୂଚନାନୁଯାୟୀ ,  ରାଜ୍ୟରେ ଧୀରେଧୀରେ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୮ ତାରିଖଠାରୁ ରାଜ୍ୟର ପାଗ ଶୁଖିଲା ରହିବ ଓ ଆକାଶ ନିର୍ମଳ ରହିବ। ରାତି ତାପମାତ୍ରା ଧୀରେଧୀରେ ଖସିବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବ।

Related posts

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

mahabharatanews

ଓଡିଶା ଗ୍ରାମୀଣ ବ୍ୟାଙ୍କ ଭେଲୋରା ଶାଖା ତରଫରୁ ମେଗା ଋଣ ବିତରଣ ଶିବିର ଅନୁଷ୍ଠିତ

mahabharatanews

କରୋନାରୁ ସୁସ୍ଥ ହେଲେ ଆଉ ୧୫୪୪ ଆକ୍ରାନ୍ତ

mahabharatanews