ଭାରତ

ବାୟୁ-ପ୍ରଦୂଷଣ ସଙ୍କଟ; ୧୩ରୁ ଦିଲ୍ଲୀରେ ଅଡ୍-ଇଭେନ୍ 

(ଦିଲ୍ଲୀ) : ଦିନକୁ ଦିନ ଦିଲ୍ଲୀରେ ବାୟୁ-ପ୍ରଦୂଷଣ ସଙ୍କଟ ବୃଦ୍ଧି ପାଉଛି ।  ଯାହାକୁ ନଜରରେ ରଖି କେଜ୍ରିୱାଲ ସରକାର ଏବେ ପୁଣି ଥରେ ଅଡ୍-ଇଭେନ୍ ଲାଗି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସୋମବାର ପ୍ରଦୂଷଣକୁ ନେଇ ଦିଲ୍ଲୀ କ୍ୟାବିନେଟର ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ପ୍ରଦୂଷଣକୁ ରୋକିବା ପାଇଁ କିଛି ଦିନ ପାଇଁ ଅଡ୍-ଇଭେନ୍ ଲାଗୁ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଦିଲ୍ଲୀ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ, ୧୩ ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍-ଇଭଏନ୍ ଲାଗୁ କରାଯିବ । ଏହି ସମୟରେ ରାଜଧାନୀରେ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ୍ କାର୍ ଉପରେ ବ୍ୟାନ୍ ଲଗାଯାଇଛି । ବାୟୁରେ ସ୍ଥିରତା କାରଣରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇଛି। ପ୍ରଦୂଷଣ ହ୍ରାସ ପାଇଁ ଦିଲ୍ଲୀ ସରକାର କାର୍ଯ୍ୟ ଜାରି ରଖିଛନ୍ତି । ସେହିଭଳି ଦିଲ୍ଲୀରେ ଭାଙ୍ଗଭଙ୍ଗୀ କାମ ବ୍ୟାନ କରାଯାଇଛି ।

Related posts

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews

ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠୁ ନାମାଙ୍କନ ଆରମ୍ଭ

mahabharatanews

ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

mahabharatanews