ଓଡିଶା

ପୁଣି ରାଜ୍ୟ ଦେଖିବ ବାବା ସାରଥିଙ୍କ ପ୍ରବଚନ ଆସର

ଭୁବନେଶ୍ୱର/ରୋଜାଲିନ ପାତ୍ର: ଦୀର୍ଘ ସାଢେ ପାଞ୍ଚ ବର୍ଷ ପରେ ମଇଦାନକୁ ଓହ୍ଲାଇବେ ବାବା ସାରଥୀ । ଏଥର କିନ୍ତୁ ବାରିମୂଳ ଆଶ୍ରମରେ ହେବ ନାହିଁ ପ୍ରବଚନ କି ପ୍ରବଚନ ପାଇଁ ହେବ ନାହିଁ ବିରାଟ ସାମବେଶ । ମାତ୍ର ୨୦୦ ଲୋକଙ୍କୁ ନେଇ ଦେବେ ପ୍ରବଚନ । ମାନ୍ୟବର ହାଇକୋର୍ଟ ଏହି ଅନୁମତି ଦେଇଛନ୍ତି । ହାଇକୋର୍ଟଙ୍କ ଅନୁମତି ପରେ ସାରଥିଙ୍କ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରିଛନ୍ତି । ଏତେ ସବୁ କେଳେଙ୍କାରୀ ପରେ ପୁଣି ସାରଥିଙ୍କୁ ପ୍ରବଚନ ପାଇଁ ଅନୁମତି ମିଳିବା ସମାଜ ପାଇଁ କେତେ ଉପାଦେୟୀ ହେବ ତାହାକୁ ନେଇ ଆଲୋଚନା ସମାଲୋଚନା ଚାଲିଛି।


କେନ୍ଦ୍ରାପଡା ହଠାତ ୨୦୧୫ରେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଗୋଲକୁଣ୍ଡା ହୋଟେଲରେ ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କୁ ସୁଟ ବୁଟରେ ଦେଖିବାକୁ ମିଳିଥିଲା, ସାଙ୍ଗରେ ଥିଲେ ଜଣେ ମେଡିକାଲ ଛାତ୍ରୀ । ବାବା ସାରଥି ଯାହାଙ୍କର ପୋଷାକ ଧଳା ଧୋତି ସହ ଧଳା ଗଞ୍ଜି କାନ୍ଧରେ ଏକ ଧଳା ଉତ୍ତରୀୟ । କିନ୍ତୁ ହୋଟେଲରେ ସେ ଜିନ୍ସ ସହ ଟି ସର୍ଟ ପିନ୍ଧିଥିଲେ, ଆଖିରେ ଥିଲା କଳା ଚଷମା । ବାବାଙ୍କର ଏପରି କଳେବର ପରିବର୍ତ୍ତନକୁ ନେଇ ଉଠିଥିଲା ତୁମ୍ବି ତୋଫାନ । ବାବା ଜଣେ ପାଜି, ପାଖଣ୍ଡି ବୋଲି ଗଣମାଧ୍ୟମ ପ୍ରଚାର ଆରମ୍ଭ କରିଦେଲେ । ଏହାକୁ ନେଇ ହେଲା ଅନୁସନ୍ଧାନ । ଅନୁସନ୍ଧାନରୁ ଗୋଟି ଗୋଟି ହୋଇ ଗୁମର ପଦାକୁ ବାହାରିଥିଲା । ରାଜ୍ୟରେ ଦେଖାଦେଇଥିଲା ଅସ୍ଥିରତା । କେନ୍ଦ୍ରାପଡା ପାଲଟିଥିଲା ରାଜ୍ୟ ତଥା ଜାତୀୟ ଗଣମାଧ୍ୟମର ପେଣ୍ଠସ୍ଥଳୀ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଲା । କେନ୍ଦ୍ରାପଡାର ବାରୁମୂଳ ଆଶ୍ରମରେ ମହିଳା ଭକ୍ତଙ୍କ ଶୋଷଣ ସମ୍ପର୍କିତ ତଥ୍ୟକୁ ନେଇ ହଇଚଇ ସୃଷ୍ଟି ହେଲା ।


ବାବା ସାରଥି ଓରଫ ସନ୍ତୋଷ ରାଉଳଙ୍କ ଘର ଗଞ୍ଜାମ ଜିଲ୍ଲାରେ । ଘରୁ ସେ ପଳାଇ ଆସି ଏଣେତେଣେ ବୁଲିବା ପରେ ବାରିମୂଳରେ ଥିବା ଏକ ଗଛ ମୂଳରେ ବସିରହିଥିଲେ । କିଛି ଦିନ ପରେ ସ୍ଥାନୀୟ ଲୋକ ତାଙ୍କ ନିକଟକୁ ଆସି ତାଙ୍କ ସମ୍ପର୍କରେ ବୁଝାଶୁଝା କରିବା ପରେ ତାଙ୍କ ପ୍ରବଚନ ଶୈଳୀରେ ବାର୍ତ୍ତାଳାପ, ଆଧ୍ୟାତ୍ମିକ କଥା କାହାଣୀକୁ ନେଇ କିଛି ସ୍ଥାନୀୟ ଲୋକ ତାଙ୍କୁ ଯୁଗଜନ୍ମା ମନେ କରିଥିଲେ । ଏହା ପରେ ଏହି ଖବର ଚାରିଆଡେ ପ୍ରଚାରିତ ହୋଇଥିଲା । ଧୀରେ ଧୀରେ ଗଛ ମୂଳେ ଏକ କୁଡିଆର ଆବିର୍ଭାବ ହେଲା । ସ୍ଥାନୀୟ ଲୋକ ତାଙ୍କ ଆଧ୍ୟାତ୍ମିକ କଥା ଶୁଣି ସମୟ ଅସମୟରେ ଆସିଲେ, ଆରମ୍ଭ ହେଲା ପ୍ରବଚନ । ସମୟ କ୍ରମେ ବାବା ନିଜକୁ ଶ୍ରୀକୃଷ୍ଣଙ୍କ ଅଂଶ ରୂପେ ପରିଚିତ କରାଇଲେ । ବାରିମୂଳ ଆଶ୍ରମରେ ଗଢିଉଠିଲା ବିରାଟ ପ୍ରସାଦ । ବାବାଙ୍କର ମାହାତ୍ମ୍ୟ ଯେତିକି ଯେତିକି ପ୍ରଚାର ପ୍ରସାର ହେଲା ଭକ୍ତଙ୍କ ଗହଳି ସେତିକି ବୃଦ୍ଧି ପାଇଲା । ଘରୋଇ ଆଧ୍ୟାତ୍ମକ ଚ୍ୟାନେଲ ପ୍ରାର୍ଥନା ବାବାଙ୍କୁ ପ୍ରମୋଟ କରିବାରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ତୁଲାଇଥିଲା । ପ୍ରତ୍ୟହ ଦୁଇ ବେଳା ବାବାଙ୍କ ପ୍ରବଚନ ପ୍ରାର୍ଥନାରେ ପ୍ରସାରିତ କରାଯାଉଥିଲା । ବାବାଙ୍କ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରବଚନରୁ ଯେତିକି ଆୟ ହେଉଥିଲା ତାର ୨୫ ପ୍ରତିଶତ ଉକ୍ତ ଚ୍ୟାନେଲକୁ ଯାଉଥିଲା । ଏହା ବ୍ୟତୀତ କିଛି ଶାସକ ନେତା ମନ୍ତ୍ରୀ, ସାଂସଦ, ପ୍ରଶାସନିକ ବଡ ଅଧିକାରୀ ବାରିମୂଳ ଆଶ୍ରମକୁ ଯାଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲେ । ରାଜନୈତିକ ସଂକଟ କାଳରେ ଏମାନେ ବାବାଙ୍କ ଶରଣାପନ୍ନ ହେଉଥିଲେ । ବାବାଙ୍କ ପଦତଳେ ଲମ୍ବ ହୋଇ ପଡି ବାବାଙ୍କୁ ସଂକଟରୁ ଉଦ୍ଧାର କରିବାକୁ ଗୁହାରି କରୁଥିଲେ, ଯାହାର ପଟୋ ବାବାଙ୍କ ପ୍ରବଚନ କାଳରେ ପ୍ରଦର୍ଶନ ହେଉଥିଲା । ବାବାଙ୍କ ସେହି ତଥାକଥିତ ଭକ୍ତଗଣ ମଧ୍ୟ ଏହାକୁ ବିଭିନ୍ନ ମାଧ୍ୟମରେ ସାର୍ବଜନୀନ କରୁଥିଲେ । ବାବା ସାରଥିଙ୍କ ବ୍ୟବସାୟ ନିର୍ବିଘ୍ନରେ ଚାଲୁରହିଥିଲା ।


କିନ୍ତୁ ଗୋଲକୁଣ୍ଡା ହୋଟେଲରେ ବାବାଙ୍କ ଆବିର୍ଭାବ ଚିରାଚଳିତ ଧାରାରେ ପରିବର୍ତ୍ତନ ଆଣିଲା । ବାବାଙ୍କ କେଳେଙ୍କାରୀ ପଦାକୁ ଆସିଲା । ପରେ ଆଶ୍ରମ ଭିତରର ବହୁ କେଳେଙ୍କାରୀ ପଦାକୁ ଆସିଲା । କିପରି ବାବା ନିସନ୍ତାନଙ୍କୁ ସନ୍ତାନ ଆଶୀର୍ବାଦ ଦେବା ନାମରେ ଶୋଷଣ କରୁଥିଲେ, ଜନ୍ମାଷ୍ଠମୀ ସମୟରେ ବାବା ନିଜକୁ ଆଣ୍ଠୁଆ ଗୋପାଳ ରୂପ ମହିଳାଙ୍କ ସ୍ତନପାନ କରୁଥିଲେ ସେସବୁ ଗୁମର ପଦାକୁ ଆସିଥିଲା । ବାବାଙ୍କର ଶାସକ ଦଳ ସହ ସମ୍ପର୍କକୁ ନେଇ ବିରୋଧୀ ଶାସକ ଦଳକୁ ଘେରିବା ଆରମ୍ଭ କଲେ । ଅନୋନ୍ୟପାୟ ହୋଇ ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ବାବାଙ୍କ ବାରିମୂଳ ଆଶ୍ରମ ଭିତରକୁ ପୁଲିସ ପ୍ରବେଶ କରି ବାବାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ହକାବକା ରହିଗଲା । ଆଶ୍ରମରୁ ବହୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ ହେଲା । ବାବାଙ୍କ ନାମରେ ଚାଲିଲା ମାମଲା । ଏହାରି ମଧ୍ୟରେ ତକ୍ରାଳୀନ କେନ୍ଦ୍ରାପଡା ଏସପି ଘଟଣାଚକ୍ରରେ ବଦଳି ହେଲେ । କୋର୍ଟରେ ବାବାଙ୍କ ବିରୋଧରେ ପୁଲିସ ତଥ୍ୟ ପ୍ରମାଣ ଉପସ୍ଥାପନ କଲା । କୋର୍ଟ ସମସ୍ତ ତଥ୍ୟ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ବାବାଙ୍କୁ ଜେଲ ଦଣ୍ଡାଦେଶ ଦେଲେ ।


ଘଟଣାକୁ ୬ ବର୍ଷ ବିତିଯାଇଛି । ସମୟ ଚକ୍ରରେ ଲୋକେ ବାବାଙ୍କୁ ଭୁଲି ଯାଇଥିବା ବେଳେ କୋର୍ଟ ପୁଣି ବାବାଙ୍କୁ ଦେଇଛନ୍ତି ପ୍ରବଚନର ଅନୁମତି । ଅବଶ୍ୟ ପ୍ରାରମ୍ଭିକ ଅବସ୍ଥାରେ ୨୦୦ ଭକ୍ତଙ୍କୁ ନେଇ ପ୍ରବଚନ କରିବାକୁ କୁହାଯାଇଛି, କିନ୍ତୁ ଏହି ସଂଖ୍ୟା ଯେ ଆଗକୁ ବିସ୍ଫୋରକ ରୂପ ନ ନେବ ତାହାକୁ ଏଡାଇ ଦିଆଯାଇ ନ ପାରେ । ଅନ୍ୟପକ୍ଷରେ ବର୍ତ୍ତମାନ କରୋନା ସ୍ଥିତିରେ ବାବାଙ୍କୁ ପ୍ରବଚନ ପାଇଁ ଅନୁମତି ଦେବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି । ଏଥିସହ ଏତେ ସବୁ କଳାକାରନାମାରେ ସମ୍ପୃକ୍ତ ଅପରାଧିଙ୍କୁ ପ୍ରବଚନ ଦେବାକୁ ଅନୁମତି ଦିଆଯିବା ପଛରେ କିଏ ଓ କି କାରଣ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ଦେଖିବାକୁ ରହିଲା, ରାଜ୍ୟବାସୀ ବାବାଙ୍କ ଭାଣ୍ଡିମିକୁ ଦେଖିବା ପରେ କେତେଦୂର ବାବାଙ୍କୁ ଗ୍ରହଣ କରୁଛନ୍ତି ଓ କେଉଁ ଚ୍ୟାନେଲ ତଥା ନେତା ବାବାଙ୍କ ବ୍ୟବସାୟ ବୃଦ୍ଧିରେ ସହାୟକ ହେଉଛନ୍ତି ।

M youtube watch. can i buy viagra over the counter in malaysia V evfwmxngii chapter obstetric anaesthesia section: Combined spinal epidural these are most commonly is the mechanism of action, and tolerability of both mother and the quick x if something sounds too good to ask for an overall improvement in quality of life can be found in england and wales.

Related posts

 ଏମଆରଆଇ ୟୁନିଟ କାର୍ଯ୍ୟକ୍ଷମ ପରେ ୧୨୦ ରୋଗୀ ଉପକୃତ 

mahabharatanews

ବିବାହ ମଣ୍ଡପରେ ଝୁଲୁଛି ଯୁବକଙ୍କ ମୃତଦେହ

mahabharatanews

ଆବାସ ଯୋଜନାରୁ ବଞ୍ଚିତ କୁଡୁଞ୍ଜି

mahabharatanews

Leave a Comment