ଭାରତ

ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର

(ଦିଲ୍ଲୀ) : ଚିନ୍ତାରେ ଦିଲ୍ଲୀବାସୀ । ପୁଣି ବିପଦ ସଙ୍କେତ ଅତିକ୍ରମ କଲା ଯମୁନା ଜଳସ୍ତର । ହରିୟାଣା ହାତନିଖୁଣ୍ତ ବ୍ୟାରେଜରୁ ବନ୍ୟା ଜଳ ଛଡା ଯିବା ପରେ ଯମୁନା ଫୁଲିବା ଆରମ୍ଭ ହୋଇଛି । ଆଜି ସକାଳ ୭ଟା ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୬.୨୬ ମିଟର ରେକର୍ଡ କରାଯାଇଛି । ଏହା ବିପଦ ସଙ୍କେତଠାରୁ ଅଧିକରେ ପ୍ରବାହିତ ହେଉଛି ।

ସୂଚନା ଅନୁସାରେ, ହରିୟାଣା ବ୍ୟାରେଜରୁ ୨ ଲକ୍ଷ କ୍ୟୁସେକ ଜଳ ଛଡ଼ା ଯିବାରୁ ଦିଲ୍ଲୀ ପ୍ରତି ବନ୍ୟା ବିପଦ ବଢିଯାଇଛି । ସେପଟେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।  ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବା ଫଳରେ ଦିଲ୍ଲୀର ଅଧିକାଶଂ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଲାଲକିଲା, ରାଜଘାଟ, ଏପରିକି ସୁପ୍ରିମକୋର୍ଟ ଗେଟ୍ ଛୁଇଁଥିଲା ଯମୁନା ପାଣି । ଅନ୍ୟପଟେ ପୁଣି ଦିଲ୍ଲୀରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି ।

Related posts

ବିହାରରେ ଘନ କୁହୁଡିର ପ୍ରଭାବ, ବଦଳିଲା ସ୍କୁଲ ଖୋଲିବା ସମୟ

mahabharatanews

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

ଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟ

mahabharatanews