ଭାରତ

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

ଦିଲ୍ଲୀ : ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଏହି ଅବସରରେ ବାୟୁସେନା ମୁଖ୍ୟ ମାର୍ଶଲ ବି.ଆର ଚୌଧୁରୀ ଓ ଭାରତୀୟ ନୌସେନା ମୁଖ୍ୟ ଏଡମିରାଲ ହରି କୁମାର ଉପସ୍ଥିତ ଥିଲେ । ଭାରତୀୟ ସ୍ଥଳସେନାର ମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ଦେଶର ସୁରକ୍ଷା ତାଙ୍କ ପାଇଁ ଆଗ ବୋଲି ମତ ରଖିଛନ୍ତି ଜେନେରାଲ ମନୋଜ ପାଣ୍ଡେ ।ଏନେଇ ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି, ‘ଏହା ମୋ ପାଇଁ ବହୁତ ଗର୍ବ ଓ ସମ୍ମାନର କଥା ଯେ ମୋତେ ଭାରତୀୟ ଜଳ ସ୍ଥଳସେନା ମୁଖ୍ୟ ଦାୟିତ୍ୱ ଦିଆଯାଉଛି । ଏହାକୁ ମୁଁ ବିନମ୍ରତାର ସହ ସ୍ୱୀକାର କରୁଛି । ଏହାସହ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି କି ଏହି ଦାୟିତ୍ୱ ସମ୍ପର୍ଣ୍ଣ କରିବା ପାଇଁ ମୋତେ ଶକ୍ତି, ସାମର୍ଥ ଓ ସଦ୍‌ବୁଦ୍ଧି ଦିଅନ୍ତୁ’।

ଏହାସହ ସେ କହିଛନ୍ତି, ଭାରତୀୟ ସ୍ଥଳ ସେନା ଦେଶର ସୁରକ୍ଷା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଅନେକ ବଳିଦାନ ଦେଇଛି । ଆଗକୁ ଆମ ଆାଗରେ ଅନେକ ଆହ୍ୱାନ ରହିଛି, ଆଉ ସେହି ଆହ୍ୱାନର ସାମନା କରିବା ପାଇଁ ଭାରତୀୟ ସ୍ଥଳ ସେନା ପୁରା ପ୍ରସ୍ତୁତ ଓ ଏହା ବ୍ୟତୀତ ଦେଶର ସୁରକ୍ଷା ପାଇଁ ତିନି ସେନା ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି କାମ କରିବେ ବୋଲି କହିଛନ୍ତି ନୂଆ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ।

Related posts

୧୩ଶହ ବର୍ଷର ପୁରୁଣା କାହାଣୀ

mahabharatanews

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିଲେ

mahabharatanews

ଦୀର୍ଘ ୨୩ ବର୍ଷ ପରେ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

mahabharatanews