ଓଡିଶା

ଅନୁଗୁଳ ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର

(ଅନୁଗୁଳ) ;  ରାଜ୍ୟରେ ସାଂଘାତିକ ହେଉଛି ବାୟୁ ପ୍ରଦୂଷଣ । ସ୍ଥିତି ଏମିତି କି ରାଜ୍ୟର ଅନୁଗୁଳ ସହର ସାରା ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର ପାଲଟିଛି । ଏଠାକାର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ସାଂଘାତିକ ଅବସ୍ଥାରେ ରହିଛି । ଗତକାଲି ଅନୁଗୁଳର ଏୟାର୍‌ କ୍ବାଲିଟି ଇଣ୍ଡେକ୍ସ (ବାୟୁର ମାନ ସୂଚକାଙ୍କ) ୩୫୨ ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ ୩୫୭ରେ ପହଞ୍ଚିଛି ।

ସୂଚନାନୁଯାୟୀ , ଘନ କୁହୁଡ଼ି ବଳୟରେ ରାସ୍ତାଘାଟ, ୨୨ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଲଗାତାର ଦୁଇ ଦିନ ଧରି ଅନୁଗୁଳ ସ୍ଥିତି ଅତି ସାଂଘାତିକ ସ୍ତରରେ ରହିଛି । କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ମଧ୍ୟ ଗମ୍ଭୀର ହୋଇପଡ଼ିଛି । ସହରବାସୀ ଶ୍ୱାସରୋଗରେ ପଡ଼ିବା ସହ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି । ସର୍ବାଧିକ ପ୍ରଦୂଷିତ ୧୦ ସହର ମଧ୍ୟରେ ଓଡ଼ିଶାର ୪ଟି ସହର ରହିଛି । ଦିଲ୍ଲୀର ପ୍ରଦୂଷଣ ୩୪୩ ରହିଥିଲା । କଟକ ଓ ଭୁବନେଶ୍ବର ଆଜି ବି ଜଟିଳ ସ୍ଥିତିରେ ରହିଛି । କଟକ ଓ ବାଲେଶ୍ବରରେଏକ୍ୟୁଆଇ ମାତ୍ରା ୩୩୮ ରହିଥିବା ବେଳେ ଭୁବନେଶ୍ବରରେ 334, ବାରିପଦାରେ 321 ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂଚନା ଦେଇଛି ।

Related posts

ନାଇଜରର ୩୧ ଛାତ୍ରଛାତୀ କରୋନା ପଜିଟିଭ

mahabharatanews

ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ,ଓଡ଼ିଶାର ମୁଣ୍ଡପିଛା ଆୟ ୧, ୬୧, ୪୩୭ ଟଙ୍କା

mahabharatanews

” ଯୁବ ଶକ୍ତି ହିଁ ଓଡ଼ିଶାକୁ ଆଗକୁ ନେବ”: ବିଜେଡି ସୁପ୍ରିମୋ

mahabharatanews