ଭାରତ

୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ 

 (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ୨୨ ଜାନୁଆରିରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସୂଚନାନୁଯାୟୀ , ରାଜ୍ୟରେ ୨୨ ଜାନୁଆରିରେ କୌଣସି ଅଞ୍ଚଳରେ ମଦ ବିକ୍ରି ହୋଇପାରିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି। ଏ ସଂପର୍କରେ ପୂର୍ବରୁ ବି ଏକ ଆଦେଶନାମା ଜାରି ହୋଇଥିଲା। ଛତିଶଗଡ଼ ସରକାର ମଧ୍ୟ ୨୨ ତାରିଖରେ ମଦ ବିକ୍ରି ନିଷିଦ୍ଧ କରିଛନ୍ତି। ଅଯୋଧ୍ୟାରେ ଇତିମଧ୍ୟରେ ସୁରକ୍ଷା କଡ଼ାକଡ଼ି ହୋଇଛି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ବିରୋଧୀ ଦଳ ସମାଜବାଦୀ ପାର୍ଟି ମଧ୍ୟ ସମର୍ଥନ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Related posts

ଉପରାଷ୍ଟ୍ରପତି ନିର୍ବାଚନ ୨୦୨୨

mahabharatanews

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

mahabharatanews

ଦିଲ୍ଲୀରେ ବୁଡିଗଲା IAS କୋଚିଙ୍ଗ ସେଣ୍ଟର, ୩ ଛାତ୍ର ମୃତ

mahabharatanews