ଓଡିଶା

ସାଙ୍ଘାତିକ ପ୍ରଦୂଷଣ ତାଲିକାରେ ଓଡିଶାର ୬ ସହର 

(ଭୁବନେଶ୍ୱର) : ଜାତୀୟ ରାଜଧାନୀ ଦିଲ୍ଲୀ ପରେ ଓଡ଼ିଶାର ବାୟୁ ପ୍ରଦୂଷଣ ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର ୧୬ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ସେଥିମଧ୍ୟରେ ରହିଛି ଓଡିଶାର ୬ ସହର । ଏପରିକି ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ବର୍ତ୍ତମାନ ବାୟୁପ୍ରଦୂଷଣ ମାତ୍ରା ଦିଲ୍ଲୀରେ ୩୪୫ରହିଥିବା ବେଳେ, ଅନୁଗୁଳରେ ରହିଛି ୩୫୨। ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪ ୦ ଥିବା ବେଳେ ବାଲେଶ୍ୱରରେ 334, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ରହିଛି ।

ସୂଚନାନୁଯାୟୀ , ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ଏବଂ ବଡ଼ବିଲରେ ୨୯୨ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି । ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି । ମାତ୍ର ଏବେ କଟକ, ବାରିପଦା, ବାଲେଶ୍ବର ଓ ରାଇରଙ୍ଗପୁର ସହରର ବାୟୁ ପ୍ରଦୂଷିତ ହେବା ପଛରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ପଞ୍ଜାବ ଓ ହରିୟାଣା ଢାଞ୍ଚାରେ ଓଡ଼ିଶା କ୍ଷେତ୍ରରେ ଧାନ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି ।

Related posts

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

mahabharatanews

 ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

mahabharatanews

ନୂଆ ରୂପ ନେବ କୋଣାର୍କ

mahabharatanews