ବିଶ୍ୱ

ଚାଇନା ବିମାନ ଦୁର୍ଘଟଣା: ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଚାଇନା ଇଷ୍ଟର୍ଣ୍ଣର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ | ବିମାନରେ ୧୩୨ ଜଣ ଯାତ୍ରୀ ଥିବା ସୂଚନା । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ଜଣା ପଡ଼ିନଥିବା ସମୟରେ ସମୁଦାୟ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ। ଚାଇନାର ସରକାରୀ ଟିଭି ଚ୍ୟାନେଲର ରିପୋର୍ଟ ଅନୁଯାୟୀ, କୌଣସି କାରଣରୁ ବିମାନରେ ନିଆଁ ଲାଗିବା ପରେ ଏହା ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଯାଇ ଦୁର୍ଘଟଣାଗ୍ରସ୍ଥ ହେବା ପରେ ସେଠିକାର ଆଖପାଖ ଅଞ୍ଚଳରେ ମଧ୍ୟ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଫ୍ଲାଇଟ୍ ନମ୍ବର ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନରେ ଥିବା ଯାତ୍ରୀମାନଙ୍କ ପାଇଁ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ପାଇଁ ସୁରକ୍ଷା ଏଜେନ୍ସିମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି |

ଗୁଆଙ୍ଗସି ଅଞ୍ଚଳର ୱୁଜୋ ସହର ନିକଟ ଗ୍ରାମାଞ୍ଚଳରେ ଫ୍ଲାଇଟ୍ ଏମୟୁ୫୭୩୫ ବୋଇଙ୍ଗ ୭୩୭ ବିମାନ ପାହାଡ଼ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାପରେ ବିମାନରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି। ବିମାନଟି କୁନିମିଙ୍ଗରୁ ଗୁଆନଜୋ ଅଭିମୁଖେ ଯାଉଥିଲା। ବୋଇଙ୍ଗ ୭୩୭ ବିମାନ ଦକ୍ଷିଣ ପଶ୍ଚିମ ୟୂନାନ ପ୍ରଦେଶର କୁନମିଙ୍ଗ ଚାଙ୍ଗସୁଇ ବିମାନବନ୍ଦରରୁ ଦ୍ୱିପ୍ରହର ପ୍ରାୟ ୧.୧୫ ସମୟରେ ବିମାନ ଉଡ଼ାଣ ଭରିଥିଲା। ଏହା ଦକ୍ଷିଣ ଚାଇନାର ଗୁଆଙ୍ଗଡୋଙ୍ଗ ପ୍ରଦେଶର ଗୁଆଙ୍ଗଜୋ ବିମାନ ବନ୍ଦରରେ ଅପରାହ୍ନ ୩.୦୭ ରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ଦୁର୍ଘଟଣାଗ୍ରସ୍ତ ବୋଇଙ୍ଗ ୭୩୭ ବିମାନର ୧୬୨ ସିଟ ମଧ୍ୟରୁ ଏଥିରେ ବିଜନେସ କ୍ଲାସରେ ୧୨ ଟି ସିଟ୍ ଏବଂ ଇକୋନୋମିକ୍ସ କ୍ଲାସରେ ୧୫୦ ଟି ସିଟ୍ ଅଛି |

Related posts

ସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରା

mahabharatanews

ୟୁକ୍ରେନ ରାଜଧାନୀ କିବ୍ ଉପରେ ଋଷର ହମଲା

mahabharatanews

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

mahabharatanews