ଭାରତମନୋରଞ୍ଜନ

ବଲିଉଡରେ ନଜର ଆସିବେ ଐଶ୍ୱର୍ଯ୍ୟା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା। ସାଉଥ ପରେ ଏବେ ସେ ବଲିଉଡରେ ଡେବ୍ୟୁ କରିବେ। ଏନେଇ ସେ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସାଉଥ ଇଣ୍ଡଷ୍ଟ୍ରିରେ ନିଜ ଟାଲେଣ୍ଟର ଜଲୱା ଦେଖାଇବା ପରେ ଐଶ୍ୱର୍ଯ୍ୟା ଏବେ ହିନ୍ଦୀ ଫିଳ୍ମ ମୁହାଁ ହୋଇଛନ୍ତି ଐଶ୍ୱର୍ଯ୍ୟା ରଜନୀକାନ୍ତି। ସେ ସାଉଥ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନିର୍ଦ୍ଦେଶକ ତଥା ସିଙ୍ଗର ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ସାଉ ଇଣ୍ଡଷ୍ଟ୍ରିରେ ନିଜ ଦମ୍‌ ଦେଖାଇବା ପରେ ହିନ୍ଦୀ ଫିଲ୍ମରେ କିଛି ନୂଆ କରି ଦେଖାଇବା ପାଇଁ ଇଚ୍ଛା କରିଛନ୍ତି। ଇ-ଟାଇମ୍ସର ରିପୋର୍ଟ ମୁତାବକ, ଅଭିନେତା ଧନୁଷଙ୍କ ପୂର୍ବତନ ପତ୍ନୀ ଏଶ୍ୱର୍ଯ୍ୟା ‘ଓ ସାଥୀ ଚଲ୍‌’ ଟାଇଟଲ ଥିବା ଏକ ହିନ୍ଦୀ ଫିଲ୍ମରେ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।

ଏହି ଫିଲ୍ମର ପ୍ରଡ୍ୟୁସର ମିନୁ ଅରୋରା ଅଛନ୍ତି, ଯାହାଙ୍କ ସହ ମିଶି ଐଶ୍ୱର୍ଯ୍ୟା ବଲିଉଡ ଫିଲ୍ମରେ ପାଦ ରଖିବାକୁ ଯାଉଛନ୍ତି। ‘ଓ ସାଥୀ ଚଲ୍‌’ ଫିଲ୍ମ ଏକ ସତ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ହେବ। ରିପୋର୍ଟ ମୁତାବକ ଫିଲ୍ମର ସ୍କ୍ରିପ୍ଟ ପୂରଣ ହୋଇନଥିବାରୁ ପ୍ରଡ୍ୟୁସର ଏହି ଫିଲ୍ମକୁ ନେଇ କିଛି କହିବାକୁ ମନା କରିଦେଇଛନ୍ତି।

ସୂଚନା ମୁତାବକ, ଚଳିତ ବର୍ଷ ଜାନୁଆରୀ ମାସରେ ଐଶ୍ୱର୍ଯ୍ୟା ଏବଂ ଧନୁଷ ଅଲଗା ହୋଇଯାଇଥିଲେ। ଦୁହେଁ ଛାଡପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ସୋଶାଲ ମିଡିଆ ଜରିଆରେ ଏକ ପୋଷ୍ଟ ଶେଆର କରି ସୂଚନା ଦେଇଥିଲେ। ଧନୁଷ ଏବଂ ଐଶ୍ୱର୍ଯ୍ୟଙ୍କ ୧୮ ବର୍ଷର ସମ୍ପର୍କ ଭାଙ୍ଗିଯିବା ଖବର ଶୁଣି ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ଦୁଃଖିତ ହୋଇଥିଲେ।

Related posts

ଫେରାର ଅଭିଯୁକ୍ତ ଗୁଡ୍ଡୁ ମୁସଲିମର ଲାଷ୍ଟ ଲୋକେସନ୍ ଓଡ଼ିଶାର ପୁରୀ

mahabharatanews

ଏୟାର ଟର୍ବୁଲାନ୍ସ ଯୋଗୁଁ ଜଣେ ଯାତ୍ରୀ ମୃତ, ୩୦ ଯାତ୍ରୀ ଆହତ

mahabharatanews

ଆଲିଆ ନୁହେଁ ଏହି କ୍ରିକେଟରଙ୍କ ପତ୍ନୀଙ୍କୁ ବିବାହ କରିବାକୁ ଚାହୁଥିଲେ

mahabharatanews