ମନୋରଞ୍ଜନ

ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ରିଲିଜ୍ 

(ମୁମ୍ବାଇ) :  ଇଦ୍ ଅବସରରେ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ରିଲିଜ୍ ହୋଇଯାଇଛି । ଏହାରୁ ମଧ୍ୟରେ ଫିଲ୍ମର ପ୍ରଥମ ରିଭିୟୁ ପ୍ରକାଶ ପାଇଛି । ତେବେ ଅଜୟଙ୍କ ଏହି ଫିଲ୍ମ ଥରେ ଦେଖିବା ଉଚିତ୍ ବୋଲି ଅନେକ ସିନେ ପ୍ରେମୀ ଦାବି କରୁଛନ୍ତି ।

ସୂଚନାନୁଯାୟୀ, ଏହା କ୍ରୀଡ଼଼ା ଇତିହାସରେ ରେକର୍ଡ ସୃଷ୍ଟି କରିଥିବା Syed Abdul Rahimଙ୍କର ପ୍ରକୃତ କାହାଣୀ । ଯିଏ ୧୯୫୨ ଏବଂ ୧୯୬୨ ପର୍ଯ୍ୟନ୍ତ ଫୁଟବଲ କୋଚ ଥିଲେ । ତେହେ Syed Abdul Rahimଙ୍କ ଭୂମିକାରେ ନଜର ଆସିବେ ଅଜୟ ଦେବଗନ । ସେହିପରି ଅଭିନେତ୍ରୀ ପ୍ରିୟମଣି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ହେଲେ ଏକ ଘଣ୍ଟା ପରେ ଆରମ୍ଭ ହୁଏ ଫିଲ୍ମର ଅସଲ କାହାଣୀ । ଯେଉଁଥିରେ ଆପଣ ସଙ୍ଘର୍ଷ, ଦୁଃଖ, ସାହସ, ଜିତ୍, ସଫଳତାର ଏକ ଝଲକ ଦେଖିବା ପାଇଁ ପାଇବେ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଆପଣ Syed Abdul Rahimଙ୍କ କାହାଣୀକୁ ସିନେ ପରଦାରେ ଦେଖିପାରିବେ । ଭାରତୀୟ ଫୁଟବଲକୁ ସର୍ବୋଚ୍ଚ ସ୍ଥାନକୁ ନେଇଥିବା ବ୍ୟକ୍ତିଙ୍କ ନିଷ୍ଠା ଏବଂ ଉତ୍ସାହ ଏହି ସିନେମା ଜରିଆରେ ଦର୍ଶକ ଦେଖିବାର ମୌକା ପାଇବେ ।

Related posts

ବିବାହ କରିବେ ବ୍ରହ୍ମାଣ୍ଡ ସୁନ୍ଦରୀ

mahabharatanews

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

mahabharatanews

ଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକର

mahabharatanews