(ଭୁବନେଶ୍ୱର) : ବିଜେଡିରେ ମିଶିଲେ ଅଖିଳ ପଟ୍ଟନାୟକ । ସେ ପୂର୍ବରୁ ବିଜେପିରେ ରହିଥିଲେ । କିଛି ଦିନ ପୂର୍ବରୁ ବିଜେପି ଉପରେ ଖୁବ ବର୍ଷିଥିଲେ । ତେବେ ସେ ଖୁବ ଜଲଦି ଅନ୍ୟଦଳରେ ମିଶିବେ ବୋଲି ସାଧାରଣରେ ଚର୍ଚା ହେଉଥିଲା । ଆଜି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ତରଫରୁ ଦଳ କୁ ସ୍ୱାଗତ କଲେ ସାଂସଦ ସସ୍ମିତ ପାତ୍ର |
ସେ କହିଛନ୍ତି , କଳାକାର ହେଇ କାମ କରୁଥିଲି | ସେବା କରିବା ପାଇଁ ଶୃଙ୍ଖଳିତ ଦଳ ଭାବି ବିଜେପି ରେ ସାମିଲ ହେଲି | କିଛିଦିନ ପରେ କୋଣଠେସା ହେଲି | ମୋ ସ୍ୱପ୍ନ କୁ ଭାଙ୍ଗି ଦିଆଗଲା | ଅସ୍ମିତା କୁ ଧରି ୨୪ ବର୍ଷ ଶାସନ କରିଲେଣି ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ମୁଁ ଛୋଟିଆ ସେବକ ଟିଏ ହେବାପାଇଁ ଦଳ ରେ ସାମିଲ ହେଲି | ବିରୋଧୀ ଦଳ ରେ ଥିଲୁ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା | ବିରୋଧ କର ବିରୋଧ କର କୁହାଯାଉଥିଲା | ରାସ୍ତାରେ ବୁଲୁଥିଲି ବିଜେଡି ଭାଇ ମାନେ ଟାଣିଆଣିଲେ | ନବୀନ ବାବୁଙ୍କ କୋଳରେ ବସିବା ପାଇଁ ସୁଯୋଗ ଦେଲେ | ବିଜେଡି ପରିଚୟ ଦିଏ | ଯେଉଁମାନେ ଯାଇଛନ୍ତି ଲାଗୁଥିବ ନବୀନ ବାବୁ ଆମ ପାଇଁ କଣ କରିଛନ୍ତି | ସେମାନେ ଧୋକା ଦେଇ ଯାଇଛନ୍ତି କିନ୍ତୁ ମୁଁ ଧୋକା ଖାଇ ଆସିଛି | ମୁଁ କାନ୍ଦିକି ଷ୍ଟେଜ ରେ କହୁଥିଲି ବିଜେପି ଧୋକା ଦେଇଛି ମତେ ମାନସ ଭାଇ ଫୋନ କରି ଦଳ ରେ ସାମିଲ ପାଇଁ ସୁଯୋଗ ଦେଲେ | ଶୁଣିଥିଲି ବିଜେଡି ୫୦ଵର୍ଷ ରାଜ କରିବ ଏଠିକି ଆସିଲି ଜାଣିଲି ବିଜେଡି ଆହୁରି ଆଗକୁ ଯିବ |