(ମୁମ୍ବାଇ) : ରିଲିଜ ହେଲା ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଓଏମଜି ୨’ର ଟ୍ରେଲର । ପୂର୍ବରୁ ଏହି ସିନେମାର ଟ୍ରେଲର ଅଗଷ୍ଟ ୨ ତାରିଖରେ ରିଲିଜ୍ ହେବାର ଥିଲା ହେଲେ କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ମୃତ୍ୟୁ ପାଇଁ ଏହାକୁ ଏକ ଦିନ ବଳମ୍ବରେ ରିଲିଜ୍ କରାଯାଇଛି ।
ସୂଚନାନୁଯାୟୀ , ଅଗଷ୍ଟ ୩ରେ ଫିଲ୍ମ ‘OMG 2’ର ଟ୍ରେଲର ମୁକ୍ତିଲାଭ କରିଛି । ଏହା ଟ୍ରେଲରରେ ଦେଖିବା ପାଇଁ ମିଳୁଛି, ମହାଦେବଙ୍କ ଭକ୍ତ ଭାବେ ଅଭିନୟ କରୁଥିବା ପଙ୍କଜ ତ୍ରିପାଠୀ ତାଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ବ୍ୟତୀତ ଅରୁଣ ଗୋୟଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି । ଅକ୍ଷୟ କୁମାରଙ୍କ ମହାଦେବ ଭୂମିକାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।