ମନୋରଞ୍ଜନ

ଏହି କାରଣରୁ ଜୀବନ ହାରିଲେ ନିର୍ଦ୍ଦେଶକ ନୀତିନ ଦେଶାଇ ! 

(ମୁମ୍ବାଇ) :  ବଲିଉଡର ପ୍ରସିଦ୍ଧ କଳା ନିର୍ଦ୍ଦେଶକ ନୀତିନ ଦେଶାଇଙ୍କ ମୃତ୍ୟୁ ଖବର ପୁରା ବଲିଉଡ କୁ ସ୍ତବ୍ଧ   କରିଦେଇଛି । ନିକଟରେ ନୀତିନ ଦେଶାଇ କର୍ଜତ ସ୍ଥିତ ଏନ.ଡି ଷ୍ଟୁଡିଓରେ ଆତ୍ମହତ୍ୟା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।  ତେବେ ଏହାରି ମଧ୍ୟରେ ତାଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି ।

ସୂଚନାନୁଯାୟୀ ,  ନୀତିନଙ୍କର ପୋଷ୍ଟମର୍ଟମ ପ୍ରକ୍ରିୟା ଶେଷ ହୋଇସାରିଛି ।ଆର୍ଟ ଡାଇରେକ୍ଟର ନୀତିନ ଦେଶାଇଙ୍କ ପୋଷ୍ଟମର୍ଟମ ୪ ଜଣ ଡାକ୍ତର ଦ୍ୱାରା କରାଯାଇଛି । ପ୍ରାଥମିକ ସୂଚନା ଅନୁସାରେ ଶ୍ୱାସ ରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।  କିଛି ଦିନ ହେବ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିଲା ଯେଉଁଥି ପାଇଁ ସେ ମାନସିକ ଚାପରେ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି  ।

Related posts

ରିଲିଜ ପୂର୍ବରୁ ବଦଳିଲା  ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ

mahabharatanews

ଗୋଟିଏ ଘରୁ ଚାଲିଗଲେ ଟେଲି ଅଭିନେତ୍ରୀ ଓ ତାଙ୍କ ଭଉଣୀ

mahabharatanews

ମୁକ୍ତି ଲାଭ ପୂର୍ବରୁ ଥଲାପତି ବିଜୟଙ୍କ ‘ଜନ ନେତା’ ଲିକ୍, 6 ଜଣ ଗିରଫ

mahabharatanews