ମନୋରଞ୍ଜନ

ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଆୱାର୍ଡ ଅନୁଷ୍ଠିତ

(ମୁମ୍ବାଇ) : ମଙ୍ଗଳବାର ରାତିରେ ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ୨୦୨୪(ଡିପିଆଇଏଫଏଫ)ର ସମାରୋହ ଅନୁଷ୍ଠିତ ହୋଇଥିଲା। ବଲିଉଡର ସମସ୍ତ ବଡ଼ ବଡ଼ ତାରକାଙ୍କ ଉପସ୍ଥିତିରେ ଏହି ଚମତ୍କାର ସନ୍ଧ୍ୟାରେ ସେହି ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ପ୍ରଦାନ କରାଯାଇଥିଲା ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​।

ସୂଚନାନୁଯାୟୀ , ୨୦୨୩ମସିହାରେ ତିନୋଟି ବଡ ହିଟ୍ ଚଳଚ୍ଚିତ୍ର ସହିତ ବଡ଼ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିବା ଶାହାରୁଖ ଖାନଙ୍କୁ ‌ଶ୍ରେଷ୍ଠ ଅଭିନେତା ଭା‌ବେ ସମ୍ମାନିତ କରାଯାଇଛି। ଖଳନାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା – ବବି ଦେଓଲ୍ (ଆନିମଲ), ଶ୍ରେଷ୍ଠ ନିର୍ଦ୍ଦେଶକ- ସନ୍ଦୀପ ରେଡ୍ଡୀ ବାଙ୍ଗା (ଆନିମଲ)
, ଶ୍ରେଷ୍ଠ ଅଭିନେତ୍ରୀ- ରାଣୀ ମୁଖାର୍ଜୀ (ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ), ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ ଚଏସ୍) – ବିକି କୌଶଲ (ସାମ୍ ବାହାଦୂର), ଶ୍ରେଷ୍ଠ ଅଭିନେତା- ଶାହାରୁଖ ଖାନ (ଯବାନ), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଅନିରୁଦ୍ଧ ରବିଚନ୍ଦର (ଯବାନ), ଶ୍ରେଷ୍ଠ ଗାୟକ (ପୁରୁଷ) – ବରୁଣ ଜୈନ (ଜରା ହଟକେ ଜରା ବଚକେ)
, ଶ୍ରେଷ୍ଠ ଗାୟିକା (ମହିଳା) – ଶିଳ୍ପା ରାଓ (ପଠାନ୍) ​।

Related posts

ସରିଲା ପୁଲକିତ୍-କ୍ରିତିଙ୍କ ବିବାହ 

mahabharatanews

‘ଶାହରୁଖ ବଲିଉଡକୁ ନଷ୍ଟ କରି ଦେଇଛନ୍ତି’:ବିବେକ ଅଗ୍ନିହ୍ରୋତୀ 

mahabharatanews

ବିବାହ କରିବେ ପୁଲକିତ ସମ୍ରାଟ – କ୍ରିତି ଖରବନ୍ଦା

mahabharatanews